ଭୁବନେଶ୍ୱର : ପୂର୍ବ ସରକାରର ଶିକ୍ଷା ବ୍ୟବସ୍ଥାକୁ ଆକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ରାଜ୍ୟରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ ନାହିଁ । ଶିକ୍ଷା ମାନବ ସମ୍ବଳରେ ଆମେ ପଛରେ ଅଛୁ । ପୂର୍ୱ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ । କିଛି ବିଦ୍ୟାଳୟରେ ଆଦୌ ଭିତ୍ତିଭୁମି ନାହିଁ । ଭଙ୍ଗା କୁଡିଆ , ବାରଣ୍ଡା , ଗଛ ମୂଳରେ ପାଠ ପଢା ହେଉଛି । ଏହାକୁ ସ୍ୱୀକାର କରିବାକୁ ପଡିବ କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ।