25.1 C
Bhubaneswar
Saturday, February 14, 2026
Homeଓଡିଶାଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ...

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର: ଭାରତ ବର୍ଷରେ କିଛି ଅସମ୍ଭବ ନୁହେଁ । ଭାରତ ବର୍ଷରେ ଯେଉଁ ଜ୍ଞାନ ଓ ଅନୁଭବର ଶକ୍ତି ରହିଛି, ତାର ଶତ ପ୍ରତିଶତ ବିନିଯୋଗ ହେବା ଉଚିତ । ଦିନ ପ୍ରତିଦିନର ଶାସନ ସଂପର୍କିତ ବିଷୟଗୁଡିକୁ ସାଧାରଣ ଲୋକଙ୍କ ଭିତରେ ଆଲୋଚନା କରିବା ଉଦ୍ଦେଶ୍ୟରେ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ବାସ୍ତବରେ ପ୍ରେରଣାଦାୟୀ ଓ ଉତ୍ସାହିତ କାର୍ଯ୍ୟକ୍ରମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ମୟୁରଭଞ୍ଜରେ ୬୫୦ରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳାମାନେ ସାନ୍ଥାଳୀ ଶାଢୀକୁ ପୁଣି ଥରେ ଜୀବନ୍ତ କରିଥିବାର ସଫଳ ଗାଥା ଦେଖିବାକୁ ମିଳିଛି । । ଏବେ ଏହି ମହିଳାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ଆୟ କରୁଛନ୍ତି । ସେମାନେ କେବଳ ବସ୍ତ୍ର ବୁଣୁ ନାହାନ୍ତି, ବରଂ ନିଜ ଅସ୍ତିତ୍ୱ ଓ ପରିଚୟକୁ ନୂଆ ଆକାର ଦେଉଛନ୍ତି ବୋଲି ଶ୍ରୀ ମୋଦି ନିଜ ବାର୍ତାରେ କହିଛନ୍ତି । ସେହିପରି କେନ୍ଦୁଝରରେ କୀର୍ତନ ମାଧ୍ୟମରେ ଜଙ୍ଗଲ ଅଗ୍ନିକାଣ୍ଡ ବିଷୟରେ ସଚେତନତା ଭଳି ଅଦ୍ଭୁତ ପଦକ୍ଷେପ ଦେଖାଯାଉଛି ।

ଭକ୍ତି ସଙ୍ଗୀତ ପରିବେଷଣ କରି ପ୍ରମିଳା ପ୍ରଧାନଙ୍କ ନେତୃତ୍ୱରେ ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ବାର୍ତା ପ୍ରଦାନ କରୁଛନ୍ତି । ଜଙ୍ଗଲ ଅଗ୍ନିକାଣ୍ଡର ଭୟାଭୟତା ସଂପର୍କରେ ଓ ଜଙ୍ଗଲ ପରିବେଶ ସୁରକ୍ଷା ପାଇଁ ଗାଁ ଗାଁ ବୁଲି ପାରଂପାରିକ ଗୀତଗୁଡିକୁ ନୂତନ ଶବ୍ଦ ଓ ବାର୍ତା ସହିତ କୀର୍ତନ ଜରିଆରେ ଲୋକଙ୍କୁ ବୁଝାଉଛନ୍ତି । ପାରପାଂରିକ ଲୋକ କଳାକୃତି କେବଳ ଅତୀତର ଅଂଶ ନୁହେଁ, ବରଂ ସମାଜକୁ ଏକ ନୂତନ ଦିଗ ଦେବାର ଶକ୍ତି ରଖିଛି । ଏଥି ସହ କ୍ରୀଡା, ମହାକାଶ ବିଜ୍ଞାନ, ଚାଷ ଆଦି କ୍ଷେତ୍ରରେ ରହିଥିବା ଭାରତ ବର୍ଷର ସମ୍ଭାବନାକୁ ମଧ୍ୟ ଦୋହରାଇଛନ୍ତି । ଏହା ନିଶ୍ଚିତ ଭାବେ ‘ବିକଶିତ ଓଡିଶା, ବିକଶିତ ଭାରତ’ ଗଠନ ଦିଗରେ ପାହାଚ ସଦୃଶ ବୋଲି ଶ୍ରୀ ସାମଲ କହିଛନ୍ତି ।

ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଏକାମ୍ର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଲାଶପଲ୍ଲୀସ୍ଥିତ ୧୧୪ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଂଚେଶ୍ୱର ଶିଳ୍ପାଂଚଳସ୍ଥିତ ୧୮୯ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଶୈଳଶ୍ରୀ ବିହାରସ୍ଥିତ ୬୭ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିଭଳି ଅଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ବୁଥରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking