29.1 C
Bhubaneswar
Wednesday, May 21, 2025
Homeଓଡିଶାଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଗ୍ରେଟର ଭୁବନେଶ୍ୱର ପରିକଳ୍ପନା

ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଗ୍ରେଟର ଭୁବନେଶ୍ୱର ପରିକଳ୍ପନା

ଭୁବନେଶ୍ୱର: କଟକ, ଭୁବନେଶ୍ୱର, ପୁରୀ ଓ ପାରାଦୀପକୁ ନେଇ ଗ୍ରେଟର ଭୁବନେଶ୍ୱରର ପରିକଳ୍ପନା କରାଯାଇଛି। ସମୁଦାୟ ୮୫୦୦ ବର୍ଗ କିଲୋମିଟର ଅଞ୍ଚଳକୁ ସମାବେଶୀ, ବାସପଯୋଗୀ ଓ ଦୀର୍ଘସ୍ଥାୟୀ ଅର୍ଥନୈତିକ ରିଜିଅନ ଭାବେ ବିକଶିତ କରିବା ପାଇଁ ଯୋଜନା ରହିଛି। ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଆବଶ୍ୟକସ୍ଥଳେ ଆଉ ଅଧିକ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ୨୦୩୬ ବିକଶିତ ଓଡ଼ିଶା ଗଠନ ପାଇଁ ଉଭୟ ସହରୀକରଣ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାର ଆବଶ୍ୟକତା ରହିଛି। ଆଗାମୀ ୫୦ ବର୍ଷକୁ ନଜର ଦେଇ ଭିଜନ ପ୍ରସ୍ତୁତ ହୋଇଛି। ଆବଶ୍ୟକସ୍ଥଳେ ଆଉ ଅଧିକ ଅଞ୍ଚଳ ଅନ୍ତର୍ଭୁକ୍ତ କରିବା ଦରକାର। ଏଥି ସହିତ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଅନ୍ୟ ରାଜ୍ୟମାନଙ୍କୁ ଯାଇ ସେମାନଙ୍କ ଯୋଜନାକୁ ଅନୁଧ୍ୟାନ କରିବା ଜରୁରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂତନ ସହର ନିର୍ମାଣ ଏବଂ ମେଟ୍ରୋ ରେଳ ଚଳାଚଳ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ରାଜ୍ୟର ସହରାଞ୍ଚଳ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗୁଆ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ। ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭିଭି ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking