କଟକ : ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲି ସମୀକ୍ଷା କରିଛନ୍ତି । ୯ ତାରିଖରେ ଅନୁଷ୍ଠିତ ହେବ ଦିନିକିଆ ମ୍ୟାଚ । ଦିନିକିଆ ମ୍ୟାଚ ଖେଳିବେ ଭାରତ – ଇଂଲଣ୍ଡ । ମ୍ୟାଚ ପୂର୍ବରୁ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଦିନିକିଆ ମ୍ୟାଚର ଥିମ ସଙ୍ଗ ଲୋକାର୍ପିତ ହୋଇଛି । ଲୋକାର୍ପିତ ହୋଇଛି ଓଡିଆରେ ଥିମ ସଙ୍ଗ । ଲୋକାର୍ପିତ ସମୟରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀ, ବିଧାୟକ , ଓସିଏ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଥିମ ସଙ୍ଗର ପ୍ରସ୍ତୁତ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।









