14.1 C
Bhubaneswar
Monday, January 12, 2026
Homeଓଡିଶାସମ୍ବଲପୁରକୁ ୨୫ ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରକୁ ୨୫ ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରକୁ ବିକାଶ ଯାତ୍ରାରେ ଯୋଡିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରକଳ୍ପ ଭେଟି । ୯୪୮ କୋଟିର ୨୫ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୫୭ କୋଟିରୁ ଅଧିକ ଟଙ୍କାର ୧୪ଟି ପଲ୍ଳ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮୯୦ କୋଟିରୁ ଅଧିକ ଟଙ୍କାର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମା’ ସମଲେଇଙ୍କ ମନ୍ଦିର ବିକାଶ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ ହୋଇଛି । ରିଭର୍ ଫ୍ରଣ୍ଟ ଡେଭଲପମେଣ୍ଟ କାମ ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ସମ୍ବଲପୁରରେ ୨୫ଟି ନୂଆ ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଇଁଠାପାଲିଠାରେ CRUTର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ମାସ ଶେଷ ସୁଦ୍ଧା ସହରରେ ମୋଟ ୫୦ଟି ଇ-ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ । ସମ୍ବଲପୁରବାସୀଙ୍କ ଯାତାୟାତକୁ ଅଧିକ ସୁବ୍ୟବସ୍ଥିତ କରିବ । ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking