25.1 C
Bhubaneswar
Saturday, February 7, 2026
Homeଓଡିଶାଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ ଭବନ ଛକ ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ଉତ୍କଳ ଦିବସ ପାଳନ ଅବସରରେ ଶ୍ରଦ୍ଧଞ୍ଜଳି ଅର୍ପଣ କରିଛନ୍ତି l  ଏହି କାର୍ଯ୍ୟକ୍ରମରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ, ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ବିଧାୟକ, ଭୁବନେଶ୍ୱର ଏକ୍ରାମ ଶ୍ରୀଯୁକ୍ତ ବାବୁ ସିଂହ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ଅତିରିକ୍ତ ନିର୍ଦେଶକ ଷ୍ଟି ସନ୍ତୋଷ କୁମାର ଦାସ, ଉପନିର୍ଦ୍ଧେଷିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଶୁମନ ପ୍ରଦାନ କରିଥିଲେ l ଭୁବନେଶ୍ୱର ମହାନଗରୀରେ ଡାକବାଜି ଉପକରଣରେ ଉତ୍କଳ ବନ୍ଦନା ପ୍ରୀତି ମୂଳକ ସଂଗୀତ ସକାଳ 6 ଘଟିକା ସମୟରୁ 3 ଗୋଟି ଯାନରେ ପରିବେଷଣ କରାଯାଇଥିଲା l ସେହିପରି ଉତ୍କଳ ସମିଳନୀ, ଭୁବନେଶ୍ୱରଙ୍କ ପକ୍ଷରୁ ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ରେ ଉତ୍କଳ ବନ୍ଦନା ଓ ଚିତ୍ରଉତ୍ତୋଳନ ସହାୟତା ଉତ୍କଳ ସମ୍ମିଳନୀ ଙ୍କୁ ଯୋଗାଈ ଦିଆଯାଇଥିଲା l ଉତ୍କଳ ସମିଳନୀ ରାଜ୍ୟ ସଭାପତି ଶ୍ରୀ ଅଦ୍ୟତ କୁମାର ପାତ୍ର ଙ୍କ ନେତୃତ୍ୱରେ, ସାଧାରଣ ସମ୍ପାଦକ, ରବୀନ୍ଦ୍ର କୁମାର ମିଶ୍ର, ଉପସଭାପତି, ଉମାରାଣୀ ମହାନ୍ତି, କୋଷାଧ୍ୟକ୍ଷ, ଭୀମସେନ ମହାପାତ୍ର, ଭୁବନେଶ୍ୱର ଶାଖା ଉପସଭାପତି ନିରଞ୍ଜନ ପଣ୍ଡା ଙ୍କ ପରିଚାଳନାରେ ଆଇଏ ଏସ କ୍ଲବ 6 ନମ୍ବର ଠାରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଛକ ଠାରେ ପହଂଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l

ପରେ ଗୋପବନ୍ଧୁ ଛକ ଠାରେ ଉତ୍କଳମଣୀ ଗୋପବନ୍ଧୁ, ବି ଯେ ପି ନଗର ଠାରେ ପାରଳା ରଜା, ରସୁଲଗଡ ଠାରେ ଶୁଭାଷ ବୋଷ, ଵୀରସୁରେନ୍ଦ୍ରସାଏ ନଗର ଠାରେ ବୀରସୁରେନ୍ଦ୍ରସାଏ ପ୍ରତିମୂର୍ତ୍ତି, ବାଣୀବିହାର ଠାରେ ଫକୀରମୋହନ ସେନାପତି ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କଳିଙ୍ଗ ହସ୍ପିଟାଲ ଛକ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେର, ଲକ୍ଷ୍ମଣ ନାଏକ, ଜୟଦେବ ବିହାର ଛକ ଠାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବିରେନ ମିତ୍ର, ଶ୍ରୀ ଜୟଦେବ, ପାୱାର ହାଉସ ଛକ ଠାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସେହିପରି ରାଜେନ୍ଦ୍ର ନାରାୟଣ ସିଂହ ଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀଶଙ୍କର ରାୟ, ନବକୃଷ୍ଣ ଚୌଧୁରୀ ଓ ଚାଖି ଖୁଣ୍ଟିଆ ଆଦି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଅଶୋକ ବେହେରା, ଖଗେଶ୍ୱର ବଳ, ଅପର୍ଣ୍ଣା ନାୟକ, ଶାନ୍ତିଲତା ସାହୁ, ସରୋଜିନୀ ମହାନ୍ତି, ନରେନ୍ଦ୍ର ନାୟକ, ପ୍ରକାଶ ଦାସ, ରମାକାନ୍ତ ମଣ୍ଡଳ, ରଜନୀ ମହାନ୍ତି, ଅରୁଣ ନାୟକ, ମଳୟ ତ୍ରିପାଠୀ, ଅବଦୁଲ କାଲାମ ଆଜାଦ ପ୍ରମୁଖ କର୍ମକର୍ତା ଯୋଗଦେଇଥିଲେ l ଗୋପବନ୍ଧୁ ପ୍ରତିମୂର୍ତ୍ତି ଠାରେ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ଏବଂ ବାଣୀ ବିହାର ଫାଟକ ଠାରେ ଫକୀର ମୋହନ ଓ ଭଞ୍ଜଙ୍କ ପ୍ରତିମୂର୍ତ୍ତିଠାରେ ସେହିପରି ବାଣୀ ବିହାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ତାଙ୍କ ଛାତ୍ର ଛାତ୍ରୀ କଲ୍ୟାଣ ଡିନ ଙ୍କ ନେତୃତ୍ୱରେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସେଠାରେ ଯୋଗଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking