25.1 C
Bhubaneswar
Tuesday, February 3, 2026
Homeଓଡିଶାଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ। ବିଧାନସଭା ନିକଟ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ। ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା ଥିଲେ ଉପସ୍ଥିତ। କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ‘ଜାତୀୟତାବୋଧରେ ପରିପୂର୍ଣ୍ଣ ତାଙ୍କର ସାହିତ୍ୟ ସାଧନା ଏବଂ ମୁକ୍ତି ସଂଗ୍ରାମରେ ତାଙ୍କର ନିସ୍ୱାର୍ଥପର ଯୋଗଦାନ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ପ୍ରେରଣାର ଉତ୍ସ ହୋଇ ରହିବ।’ ଓଡ଼ିଆ ସାହିତ୍ୟର କବିତା, ଗଳ୍ପ,ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ ଓ ମାଳିକା ଆଦି ଲେଖିବାରେ ତାଙ୍କର ଅବଦାନ ଅତୁଳନୀୟ । ବନ୍ଦେ ଉତ୍କଳ ଜନନୀ ଭଳି କାଳଜୟୀ ରଚନାଠୁ ଆରମ୍ଭ କରି ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ ସଦା ସ୍ମରଣୀୟ କରି ରଖିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking