19.1 C
Bhubaneswar
Thursday, February 12, 2026
Homeଓଡିଶାକଟକର ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକର ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକ: ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ସେଠି ପୂଜାମଣ୍ଡପ ବୁଲୁଛନ୍ତି। କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ଏଠାରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଛନ୍ତି। ଏଥିସହ ଲୋକଙ୍କ ସହ ସେ ଫଟୋ ଉଠାଇଛନ୍ତି। ଏଥିସହ ଲୋକଙ୍କ ସହ କରମର୍ଦ୍ଦନ କରିଥିବାର ପରିଲକ୍ଷିତ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରତାପନଗରୀ ପୂଜାକମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା। ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରେ ପାଇ ଲୋକେ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଠାରୁ ସେ ଗୋପାଳପୁର, ଚାଉଳିଆଗଞ୍ଜ ଖାନନଗର ଆଦି ୩୩ଟି ପୂଜାମଣ୍ଡପ ବୁଲିବେ। ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପକୁ ଯିବେ। ସେଠାରେ ମା’ଙ୍କ ଦର୍ଶନ କରିବା ସହ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଖାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking