ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି ,ଆଇନଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେବା ଉପରେ ଫୋକସ । ତ୍ୱରିତ ନ୍ୟାୟ ପ୍ରଦାନ କରିବା ଉପରେ ଆଲୋଚନା କରିଛନ୍ତି । ସାଇବର କ୍ରାଇମ ନିୟନ୍ତ୍ରଣ ପାଇଁ ଗୁରୁତ୍ୱାରୋପ କରାଯାଇଛି । ନକ୍ସଲ ପ୍ରସଙ୍ଗରେ ବିଶେଷ ଆଲୋଚନା ହୋଇନାହିଁ ।