23.1 C
Bhubaneswar
Sunday, February 8, 2026
Homeଓଡିଶାଚଣ୍ଡିଖୋଲ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପରିବହନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭୂମିପୂଜନ

ଚଣ୍ଡିଖୋଲ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପରିବହନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭୂମିପୂଜନ

ଯାଜପୁର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍ (ଏଡିଟିଏସ), ଭେହିକିଲ ସ୍କ୍ରାପିଂ ଫାସିଲିଟି, ଚଢ଼େଇଧରାର ଶୁଭ ଉଦଘାଟନ ସହ ଭୂଷଣ୍ଡପୁରରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ୍ (ଏଟିଏସ୍) ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ସଂପୂର୍ଣ୍ଣ ଉଦ୍ୟମ ଏକ ନୂଆ ଯୁଗର ଆରମ୍ଭ, ଯେଉଁଠାରେ ପରିବହନ ବ୍ୟବସ୍ଥାରେ ପ୍ରଯୁକ୍ତି ଓ ପାରଦର୍ଶିତାରେ ଗୁରୁତ୍ଵ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଭୁଷଣ୍ଡପୁରଠାରେ ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଯାହାଙ୍କ ପ୍ରଯୁକ୍ତି ଭିତ୍ତିକ ଉପକ୍ରମ ଯାହା ଚାଳକ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ଦକ୍ଷତା ସଠିକ ଭାବେ ମୂଲ୍ୟାଙ୍କନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରଣାଳୀରେ ସେନସର୍, କ୍ୟାମେରା ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବହାର କରାଯାଇଛି। ଯାହା ଚାଳକଙ୍କ ଦକ୍ଷତାର ସଠିକ ମୂଲ୍ୟାଙ୍କନ କରେ।ଅଟୋମେଟେଡ ଟେଷ୍ଟିଂ ଷ୍ଟେସନର ମୁଖ୍ୟ ଲକ୍ଷ୍ୟ ହେଉଛି। ଗାଡି ଗୁଡ଼ିକର ରୋଡଓର୍ଜିନେସ ଓ ପରିବେଶୀୟ ମାନଦଣ୍ଡ ପାଳନ ହେଉଛି କି ନାହିଁ ତାହା ସ୍ୱୟଂଚାଳିତ ଭାବେ ପରୀକ୍ଷା କରାଯିବ। ଭେହିକିଲ ସ୍କ୍ରାପିଂ ଫ୍ୟାସିଲିଟିର ମୁଖ୍ୟ ଉଦ୍ଦେଶ୍ୟ ଏହି ସ୍ଥାନରେ ଯାନ ଗୁଡ଼ିକର ଲାଇଫ ସମାପ୍ତ ପରେ ଏହାକୁ ସୁସଂଗଠିତ ଭାବରେ ବିଭାଜିତ ଓ ବିନଷ୍ଟ କରାଯିବ।

ଏହି ଗାଡି ଗୁଡ଼ିକର ଚାଳନାଯୋଗ୍ୟ ନୁହେଁ ବୋଲି ଘୋଷିତ ଓ ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ଅଟେ। ଏହି ଉପକ୍ରମ ସହିତ ଆମେ ସୁରକ୍ଷିତ ଓ ପରିବେଶ ସହିତ ସାମଞ୍ଜସ୍ୟ ଗତିଶୀଳ ପରିବହନ ବ୍ୟବସ୍ଥା ତିଆରି କରିପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ସମସ୍ତଙ୍କୁ ଶୂନ୍ୟ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ଶପଥ ପାଠ କରାଇ କହିଥିଲେ ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି। ପ୍ରାରମ୍ଭରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର ସ୍ବାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଜଏଣ୍ଟ କମିଶନର , ଏସ.ଟି.ଏ ଶ୍ରୀ ସମରେନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ଆର.ଟି.ଓ ଖଗେଶ୍ୱର ମୁର୍ମୁ, ପରିବହନ ବିଭାଗର କର୍ମକର୍ତ୍ତା, ଜନ ପ୍ରତିନିଧି, ମହିଳା, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ, ଗାଡ଼ି ଚାଳକ, ଟ୍ରକ୍ ଓନର, ଆସୋସିଏସନ୍ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଯାଜପୁର ଏ.ଡି.ଟି.ଏସ ରୁ ଉତ୍ତୀର୍ଣ୍ଣ ହୋଇଥିବା ମନସ୍ଵିନୀ ସାହୁଙ୍କ ସହିତ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking