32.1 C
Bhubaneswar
Wednesday, April 1, 2026
Homeଓଡିଶାଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବୋଲି କହିଛନ୍ତି । ଭାଷା ଭିତ୍ତିରେ ଗଠିତ ପ୍ରଥମ ଦେଶ ଭାବେ ଓଡିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନେ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡିଶା ସମ୍ଭବ ହୋଇଥିଲା । ଆମ ସରକାର ଓଡିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ । ପ୍ରତିଟି ଓଡିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ । ଓଡିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ଆମର ଏକ ଲକ୍ଷ୍ୟ । ଆଜିର ଏହି ପବିତ୍ର ଦିଗରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଦୃଢ ଶପଥ ନେବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking