25.1 C
Bhubaneswar
Saturday, December 6, 2025
Homeଓଡିଶାଦୁଇ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

ଦୁଇ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁଇ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବଧି ମଧ୍ୟରେ ହୋଇଥିବା ସାଇବର ଠକେଇରୁ ୩.୫ କୋଟିରୁ ଅଧିକ ଜବତ କରାଯାଇଛି। ସୋମବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନର ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ୨୦୨୩ ତୁଳନାରେ ୨୦୨୪ ମସିହାରେ ୧୯୩୦ ସାଇବର ହେଲ୍ପଲାଇନ୍‌?ରେ ପ୍ରାପ୍ତ ଆର୍ôଥକ ଠକେଇ ଅଭିଯୋଗ ସଂଖ୍ୟା ୧୨୯.୮% ବୃଦ୍ଧି ପାଇଛି। ୨୦୨୩ ରେ ୧.୩୬୨ ସାଇବର ଅପରାଧ ମାମଲା ରିପୋର୍ଟ ହୋଇଥିଲା। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ୧୫୫ ଜଣ ପୁରୁଷ ଓ ୮ ଜଣ ମହିଳା ଥିଲେ। ଚୋରି ହୋଇଥିବା ମୋଟ ପରିମାଣ ୪୭.୭୬ କୋଟି ଟଙ୍କା ଥିଲା। ସେଥିମଧ୍ୟରୁ ୧.୫୩ କୋଟି ଟଙ୍କା ଜବତ କରାଯାଇଥିଲା ଓ ୨.୨୮ କୋଟି ଟଙ୍କା ଫ୍ରିଜ୍ କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୪ରେ ମାମଲା ସଂଖ୍ୟା ୧,୫୫୩କୁ ବୃଦ୍ଧି ପାଇଥିଲା। ୧୮୯ ପୁରୁଷ ଏବଂ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା। ଚୋରି ହୋଇଥିବା ପରିମାଣ ୧୫୩.୧୬ କୋଟି ଟଙ୍କା ଥିଲା। ସେଥିମଧ୍ୟରୁ ୧.୯୯କୋଟି ଟଙ୍କା ଉଦ୍ଧାର କରାଯାଇଥିଲା ଏବଂ ୮.୫୩ କୋଟି ଟଙ୍କା ଫ୍ରିଜ୍ କରାଯାଇଥିଲା।ଜାନୁଆରି ୨୦୨୫ ସୁଦ୍ଧା ୧୧୫ଟି ସାଇବର ଅପରାଧ ମାମଲା ରିପୋର୍ଟ କରାଯାଇଥିଲା, ଯେଉଁଥିରେ ୭ ଜଣଙ୍କୁ ଗିରଫ କରାଯାଇଥିଲା।

୩୧ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ପାଇଁ ସାଇବର ହେଲପଲାଇନ୍ -୧୯୩୦ ଜରିଆରେ ମିଳିଥିବା ମୋଟ ଆର୍ôଥକ ଠକେଇ ଅଭିଯୋଗ ଅଧାରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୩ ତୁଳନାରେ ୨୦୨୪ ମସିହାରେ ଓଡ଼ିଶାରେ ଆର୍ôଥକ ଠକେଇ ସମ୍ପର୍କିତ ସାଇବର ମାମଲା ୧୪.୦୨% ବୃଦ୍ଧି ପାଇଛି। ଚୋରି ହୋଇଥିବା ପରିମାଣ ୨୦.୭୫ କୋଟି ଟଙ୍କା ଥିଲା, ଯେଉଁଥିରୁ ୩୦,୬୦୦ ଟଙ୍କା ଉଦ୍ଧାର କରାଯାଇଥିଲା ଏବଂ ୫୯.୬୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking