26.1 C
Bhubaneswar
Thursday, March 26, 2026
Homeଓଡିଶାବିରୋଧୀଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ବିରୋଧୀଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼କୁ ସାମିଲ କରାଯିବାକୁ ପ୍ରସଙ୍ଗ କରି ବିରୋଧୀ ଦଳର ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ। ତେଣୁ ସୁନ୍ଦରଗଡ଼ବାସୀଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଶୀତ ଅଧିବେଶନର ଦ୍ୱିତୀୟ ଦିନ ଗୁରୁବାର ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ। ସେ କହିଛନ୍ତି, ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗଭାଗ କରିବାକୁ ଚାହୁଁଛନ୍ତି। ଆମ ସଂସ୍କୃତି ପଶ୍ଚିମ ଓଡ଼ିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି।

ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ସୁନ୍ଦରଗଡ଼ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ଦାବି କରିଛନ୍ତି। ସେ କହିଥିଲେ, “ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ ଘୋଷଣା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶେଇବେ ଯାହାଦ୍ୱାରା ଜିଲ୍ଲାର ଦ୍ରୁତ ବିକାଶ ହେବ। ଏଥିରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ପରୋକ୍ଷରେ କହୁଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ କାମ ହେଉନାହିଁ। ମୁଖ୍ୟମନ୍ତ୍ରୀ କଥାରୁ ଜଣାପଡୁଛି ଆଞ୍ଚଳିକ ବୈଶମ୍ୟବାଦ ଅଛି। ଏପଟେ ସୁନ୍ଦରଗଡ଼ ବିଧାୟକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking