30.1 C
Bhubaneswar
Sunday, March 22, 2026
Homeଓଡିଶାଯୁବ ବୈଜ୍ଞାନିକ ଡଃ ରାଜେଶ୍ କୁମାର ପୃଷ୍ଟିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ

ଯୁବ ବୈଜ୍ଞାନିକ ଡଃ ରାଜେଶ୍ କୁମାର ପୃଷ୍ଟିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ

ଯାଜପୁର: ଯାଜପୁର ଜିଲ୍ଲା ର କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଗୋଡ଼ିପାଟଣା ଗ୍ରାମର ଯୁବ ବୈଜ୍ଞାନିକ ତଥା ଏନଆଇଟି ରାଉରକେଲା ର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ରାଜେଶ୍ କୁମାର ପୃଷ୍ଟି ଙ୍କୁ ଗତ କାଲି ରାଜ୍ୟ ସରକାର ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ବାରା ଆୟୋଜିତ ଓଡ଼ିଶା ଲୋକସେବା କନ୍ଭେସନ ହଲ୍ ଠାରେ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩ ମାଧ୍ୟମରେ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ର ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଏବଂ ଗଣିତ ଶିକ୍ଷା ର ବିସ୍ତାର ଓ ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟାରିୟମ ସହ ବିଜ୍ଞାନ କେନ୍ଦ୍ରଗୁଡିକ ମଧ୍ୟ ରେ ଏକ ନେଟଓ୍ବାର୍କ ପ୍ରତିଷ୍ଠା କରି ସମନ୍ଵୟ ଭିତ୍ତିକ ଗବେଷଣାତ୍ମକ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବିକାଶକରି ଜାତୀୟ ଆନ୍ତର୍ଜାତିୟ ସ୍ତରରେ ତାଳ ଦେଇ କୃଷି, ସ୍ବାସ୍ଥ୍ୟ, ଶକ୍ତି, ଶିକ୍ଷା, ପରିବେଶ ଆଦି କୁ ନେଇ ଦେଶର ପ୍ରଗତିଶୀଳ ରାଜ୍ୟ ଭାବେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବା ଏହାର ମୂଳଲକ୍ଷ୍ୟ। ପ୍ରକୃତରେ କହିବାକୁ ଗଲେ ଶ୍ରୀ ପୃଷ୍ଟି ଜଣେ ମୂଳରୁ ବ୍ରିଲିଆଣ୍ଟ, ପିଏଚଡ଼ି ଆଓ୍ବାର୍ଡି,ଗୋଲ୍ଡ ମେଡାଲିଷ୍ଟ୍ ଭାବରେ ବହୁ ପୁରସ୍କାର ରେ ସମ୍ମାନୀତ ହୋଇଥିବା ସ୍ଥଳେ ସେ ମଧ୍ୟ ଭଲ ଆର୍ଟିକିଲିଷ୍ଟ ଏବଂ ବହୁବାର ରିସର୍ଚ୍ଚ ପାଇଁ ବିଦେଶ ଯାଇ ଫେରିଛନ୍ତି।ସେ ବର୍ତମାନ ଦେଶର ସୁନାମ ଧନ୍ୟ ଶିକ୍ଷାନୁଷ୍ଠାନ ରାଉରକେଲା ନିଟ୍ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ମେଟାଲର୍ଜିକାଲ୍ଓ ମେଟେରିଆଲ୍ସ ବିଭାଗରେ କାର୍ଯ୍ୟରତ ଥିବାବେଳେ ତାଙ୍କ ସହଧର୍ମିଣୀ ସାନ୍ତ୍ଵନା ଦଳବେହେରା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

ଯୌଥ ପରିବାର ଭାବେ ଜେଜେ ବାପା ସ୍ବର୍ଗତ ଭାଗିରଥି ପୃଷ୍ଟି ଙ୍କ ର ପରିବାର ର ଅଞ୍ଚଳ ରେ ସୁନାମ ଥିଲା ବେଳେ ତାଙ୍କ ର ବଡ ବାପା ଗୋପାଳ ଚରଣ ପୃଷ୍ଟି,ରିଟାଏଡ ଆଇପିଓ, ଅବସରପ୍ରାପ୍ତ ପ୍ରଫେସର୍ ମଥୁରେନ୍ଦ୍ର ପୃଷ୍ଟି ଙ୍କ ର ଶିକ୍ଷା କ୍ଷେତ୍ରରେ ଓଡ଼ିଶା ରେ ନାଁ ଅଛି, ରବୀନ୍ଦ୍ର କୁମାର ପୃଷ୍ଟି ଅବସରପ୍ରାପ୍ତ ଏଗ୍ରିକଲ୍ଚର ଏଏଲ୍ଓ , ଉପେନ୍ଦ୍ର କୁମାର ପୃଷ୍ଟି ଏବଂ ପିତା ଅବସର ପ୍ରାପ୍ତ ଜେଲର ଶ୍ରୀ ସୁରେନ୍ଦ୍ର କୁମାର ପୃଷ୍ଟି ଓ ମାତା ପ୍ରଭାତୀ ପୃଷ୍ଟି ଙ୍କ ର ପୁଅ ଅଟନ୍ତି। ତାଙ୍କ ର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପରିବାର ପକ୍ଷରୁ ବଡବାପା ମଥୁରେନ୍ଦ୍ର ପୃଷ୍ଟି,ବଡ ମା ଶ୍ରୀମତୀ ବନଲତା ପୃଷ୍ଟି, ବଡ଼ଭାଇ ନିଳାଦ୍ରୀ ମୋହନ୍ ପୃଷ୍ଟି ତାଙ୍କ ସହ ଯୋଗଦେଇ ଥିଲେ। ପରିବାର ଏକ ସୁନାମ ଥିଲା । ପରିବାର ର ସମସ୍ତେ ଅତି ଉଚ୍ଚଶିକ୍ଷିତ ହୋଇଥିବାରୁ ଅଞ୍ଚଳ ରେ ବିଶାଳ ଯୌଥ ପରିବାର ଭାବେ ଆଜିର ସମାଜ ପାଇଁ ଉଦାହରଣ ସୃଷ୍ଟି କରିିଛନ୍ତି। ଡଃ ରାଜେଶ୍ କୁମାର ପୃଷ୍ଟି ଭବିଷ୍ୟତ ରେ ମାଆ ହିଙ୍ଗୁଳା ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରୁ ଶେଷ ପର୍ଯ୍ୟନ୍ତ ସଚ୍ଚୋଟ ଭାବେ ରହି ତାଙ୍କର ବୃତ୍ତି ସହ ଜଡିତ ସମସ୍ତ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ରେ ଜଡ଼ିତ ରହି ରାଜ୍ୟ ର ଓ ଦେଶର ସେବା କରିଚାଲୁଥିବେ ବୋଲି ଭରଷା ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking