ଭୁବନେଶ୍ୱର: ନୂତନ ଭାବେ ମନୋନୀତ ୭ଟି ବିଭାଗରେ ୧୨୪୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଦକ୍ଷତା ବିକାଶ ବିଭାଗ, ପରିବହନ ବିଭାଗ, ପଞ୍ଚାୟତିରାଜ ବିଭାଗ , ଅବକାରୀ ବିଭାଗ, ଶ୍ରମ ଓ ରାଜ୍ୟ କରମ୍ଚାରୀ ବିଭାଗରେ ଦିଆଯାଇଛି ନିଯୁକ୍ତି । ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୧ଟି ବଡ କାଯ୍ୟକ୍ରମରୁ ୧୧ଟି କାଯ୍ୟକ୍ରମ ଆମେ କରିଛୁ । ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟିର ଅଭିଯାନ କରିବୁ । ଯୁବବର୍ଗ ବର୍ଷେ ପୂର୍ବରୁ ସରକାରୀ ଚାକିରୀ ପାଇଁ ଆଶା କରୁନଥିଲେ । ନୂଆ ସରକାର ଆସିଲା ପରେ ଆମେ ସେମାନଙ୍କୁ ସରକାରୀ ଚାକିରିର ଆଶା ଦେଲୁ । ସରକାରୀ ଚାକିରି ନିଯୁକ୍ତିରେ ରହିବ ସ୍ୱଚ୍ଛତା । ୨୪ ବର୍ଷ ସରକାରରେ ବିଶ୍ୱସ୍ତରୀୟ କଥା କହି ପିଲାଙ୍କ ପାଠ ପଢିବାକୁ ଆବଶ୍ୟକ ଶ୍ରେଣୀ ଗୃହ ନଥିଲା । ନୂଆ ସରକାରରେ ଆମେ ଗୋଟିଏ ଦିନ ବି ବିଶ୍ରାମ ନ ନେଇ କାମ କରୁଛୁ । ଆମର ମନ୍ତ୍ରୀ, ଅଧିକାରୀ ଜିଲ୍ଲା ଗସ୍ତ କରି ରିପୋର୍ଟ ଦେଉଛନ୍ତି ଏବଂ ଆମେ କାମ କରୁଛୁ । ସେ ଆହୁରି କହିଛନ୍ତି, ପ୍ରାଥମିକ ଶିକ୍ଷାକୁ ଉତ୍କୃଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ । ଆନ୍ଧ୍ରପ୍ରଦେଶ ଢାଞ୍ଚାରେ ଆମ ରାଜ୍ୟରେ ପ୍ରତି ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉ ବୋଲି ମୋର ଲକ୍ଷ୍ୟ ରହିଛି । ସେଥିପାଇଁ ଭିତ୍ତିଭୂମି ସହ ୫୦୦୦ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବୁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିକ୍ଷକଙ୍କୁ ଟ୍ରେନିଂ ଦେବୁ । ଶହେ ଶହେରେ ରେଜଲ୍ଟ ହେବ ।