31.1 C
Bhubaneswar
Friday, February 6, 2026
Homeଓଡିଶାଇଣ୍ଡିଆ ଷ୍ଟିଲ୍ ୨୦୨୫ ବୈଠକରେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆ ଷ୍ଟିଲ୍ ୨୦୨୫ ବୈଠକରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି। ଡବଲ୍ ଇଞ୍ଜିନ୍ ସରକାର ଯୋଗୁ ତାହା ସମ୍ଭବ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶା ଏକ ଗ୍ରୋଥ୍ ଇଞ୍ଜିନ୍ ହେବ। ଓଡ଼ିଶାରେ ପୂର୍ବରୁ ଆୟୋଜିତ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏଭଳି ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟିକରିଛି। ତେଣୁ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାର ଭିଜନ୍ ୨୦୩୬ କାର୍ଯ୍ୟକାରୀ କରିଥିବାରୁ ଶିଳ୍ପାନୁଷ୍ଠାନଗୁଡ଼ିକ ଆଗେଇ ଆସିବା ଉଚିତ୍‌।

ଶୁକ୍ରବାର ଚେନ୍ନାଇରେ ଫିକି ସହଯୋଗରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ଷ୍ଟିଲ୍ -୨୦୨୫ର ଓଡ଼ିଶା ରାଜ୍ୟ ଗୋଲଟେବୁଲ୍ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମତବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ପୁଞ୍ଜିନିବେଶ ଅଧିକ ହେଲେ ସବୁ କାର୍ଯ୍ୟ କରିବା ସମ୍ଭବ ହୋଇପାରିବ। କାରଣ ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ଏବେ ଆକର୍ଷଣୀୟ ସ୍ଥାନ।

କେବଳ ଇସ୍ପାତ ଶିଳ୍ପ ନୁହେଁ, ରାଜ୍ୟରେ କେମିକାଲସ୍‌, ପେଟ୍ରୋକେମିକାଲ୍ସ ଟେକ୍ସଟାଇଲସ୍‌, ମାଇନିଂ ଓ ମେଟାଲିକ୍‌, ନବୀକରଣୀୟ ଶକ୍ତି, ଆଇଟି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ବ୍ୟାପକ ସୁଯୋଗ ରହିଛି। କଞ୍ଚାମାଲ ଯୋଗାଣରେ କିଛି ସମସ୍ୟା ନାହିଁ। ରାଜ୍ୟ ସରକାର ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବେ। ସେଥିପାଇଁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିବ। ୨୦୩୬ରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking