ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିଛି ସମୟ ଭିତରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ବଜେଟ ୩ ଲକ୍ଷ ୨୦ ହଜାର କୋଟି ଛୁଇଁବାର ଆକଳନ କରାଯାଉଛି । କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ କରାଯିବ ତାହା ସମସ୍ତଙ୍କ ଉପରେ ନଜର ରହିଛି । ବଜେଟ ଉପସ୍ଥାପନ ପୂର୍ବରୁ ନିଜ ଏକ୍ସ ହ୍ୟାଣ୍ଡଲରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଓଡିଶା ବିକାଶର ଏକ ସୁବର୍ଣ୍ଣ ଯୁଗ ଆଡକୁ ଆତ୍ମବିଶ୍ୱାସର ସହ ବଢୁଛି । ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମୁଣ୍ଡ ପିଛା ଆୟ ବୃଦ୍ଧି ଏପରି ସନ୍ଦେଶ ଦେଉଛି ।










