19.1 C
Bhubaneswar
Saturday, February 7, 2026
Homeଓଡିଶାରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଢ଼ିଙ୍କୁ ମୁଖ୍ୟ ଅତିଥିଙ୍କ ଆହ୍ୱାନ

ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଢ଼ିଙ୍କୁ ମୁଖ୍ୟ ଅତିଥିଙ୍କ ଆହ୍ୱାନ

ଦାରିଦ୍ର‌୍ୟ ଓ ନିରକ୍ଷରତା ଦୂରିକରଣ ଥିଲା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ

ଭୁବନେଶ୍ୱର: ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍‌, ରାଜୀବ ଗାନ୍ଧୀ ଷ୍ଟଡ଼ି ସର୍କଲ ଓ ୟାଦି ମିଳିତ ଆନୁକୁଲ୍ୟରେ ରାଜୀବ ଗାନ୍ଧୀଙ୍କର ୮୧ ତମ ଜନ୍ମ ଜୟନ୍ତୀ ଓ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ-୨୦୨୫ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଯୋଗ ଦେଇ ପ୍ରଦ୍ୱିପପ୍ରଜ୍ଜୋଳନ କରି ଆନୁଷ୍ଠାନିକ ଭାବରେ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ ଉଦ୍‌ଘାଟନ କରିଥିଲେ । ଯୁବକମାନେ ସମ୍ଭାବନାର ଶକ୍ତି, ରାଜୀବ ଗାନ୍ଧୀ ଭାରତକୁ ଶୋଷଣ ଦୁର୍ନୀତି ଓ ବୈଷମ୍ୟ ମୁକ୍ତ ସମାଜ ଗଠନ କରିବାକୁ ସଂକଳ୍ପ ବଦ୍ଧ ହୋଇଥିଲେ । ସୂଚନା ଓ ପ୍ରଜୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତବର୍ଷକୁ ସର୍ବଶ୍ରେଷ୍ଠ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ରାଜୀବ ଗାନ୍ଧୀଙ୍କ ଉଦ୍ୟମ ଚିର ପ୍ରଶଂସନୀୟ ଥିଲା, ଭୋଟ ଟି ହେଉଛି ଗଣତନ୍ତ୍ର ପ୍ରକ୍ରିୟାର ବଡ଼ ଅସ୍ତ୍ର । ଆଜିର ଯୁବକମାନେ ମଦ, ମାଂସ ଓ ପ୍ରଲୋଭନ ଦ୍ୱାରା ନିଜର ଅମଘ ଅସ୍ତ୍ରକୁ ନଷ୍ଟ ନ କରିବା ପାଇଁ ଶ୍ରୀ ଦାସ ନିଜ ନିଜ ଭାଷଣରେ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ରାଜୀବ ଗାନ୍ଧୀ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତ ବର୍ଷ ବିଜ୍ଞାନ ଓ ବୈଷୟିକ ଉନ୍ନତି ପାଇଁ ଯେଉଁ କାର୍ଯ୍ୟ କରିଥିଲେ ତାହା ଆଜି ଭାରତ ବର୍ଷର ଜନସାଧାରଣ ଯୁବକ ଆଜି ଉପଭୋଗ କରୁଛନ୍ତି । ଭାରତ ବର୍ଷର ମେଧାବୀ ଛାତ୍ରମାନେ ନିଜ ଦେଶ ପାଇଁ କାର୍ଯ୍ୟ ନ କରି ଅର୍ଥ ଲୋଭରେ ନିଜ ମାତୃଭୂମି ଛାଡି ବିଦେଶରେ ବସବାସ କରୁଛନ୍ତି । ସେମାନଙ୍କ ପିତାମାତାଙ୍କ ସେବା କରିବା ପାଇଁ ଭୁଲିଯାଉଛନ୍ତି । ସମ୍ମାନନୀୟ ଅତିଥି ଭାବରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇ ବି ରାଜସ୍ୱର ୧ ଟଙ୍କାରୁ ୮୦ ପଇସା ବାଟମାରଣା ହେବା ଅତ୍ୟନ୍ତ ଚିନ୍ତାଜନକ କହି ନିଜ ସରକାରଙ୍କୁ ବି ସମାଲୋଚନା କରିବାକୁ ପଛାଇନଥିଲେ । ସମ୍ମାନନୀୟ ଅତିଥି ଭାବରେ ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇ ୧୮ ବର୍ଷର ଭୋଟ ଦାନ ଅଧିକାର ଥିଲା ତାଙ୍କର ଐତିହାସିକ ନିଷ୍ପତି । ସର୍ବଧର୍ମ ସମଭାବପନ୍ନ ବିଶ୍ୱାସ କରିବା, ପଂଚାୟତ ରାଜ ବ୍ୟବସ୍ଥାରେ ମହିଳାକୁ ସୁଯୋଗ ଦେବା ଓ କେବିକେକୁ ସ୍ୱତନ୍ତ୍ର ଧ୍ୟାନ ଦେବା ତାଙ୍କର ଅବଦାନ ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭାରତୀୟ ବାୟୁସେନାର ପ୍ରାକ୍ତନ ଏୟାର ଭାଇସ୍ ମାର୍ଶଲ ମହାରାଜା ମହନ୍ତ, ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ତଥା କଳିଙ୍ଗ କ୍ଲୋନିକିଲ୍‌ର ମୁଖ୍ୟ ସମ୍ପାଦକ ଡଃ. ପବିତ୍ର ମୋହନ ସାମନ୍ତରାୟ, ଚିତ୍ରକୁଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ କରନ୍ ତାମ୍‌ସେତ୍‌ୱାର ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ବହୁମୁଖି ପ୍ରତିଭା ବିଷୟରେ ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ରାଜ୍ୟସଭାପତି ସତ୍ୟବ୍ରତ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ସମ୍ମାନୀତ ପ୍ରତିଭାବାନ ଅଧ୍ୟାପକ ଓ ଶିକ୍ଷକମାନେ ଆଗାମୀ ଦିନରେ ତାଙ୍କର କର୍ମମୟ ଜୀବନରେ ସେବା ମନବୃତି ନେଇ କାର୍ଯ୍ୟକଲେ ତାହା ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ରାଜୀବ ଗାନ୍ଧୀ ଛାତ୍ର ଫୋରମ୍‌ର ଉତର ଓଡ଼ିଶା ସଂଯୋଜକ ଦେବେନ୍ଦ୍ର ଆଚାର୍ଯ୍ୟ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅଧ୍ୟାପକ ଓ ଶିକ୍ଷକ ଏନ୍‌.ସି.ସି.(ଏ.ଏନ୍‌.ଓ),ଏନ୍‌.ଏସ୍‌.ଏସ୍ ପ୍ରୋଗାମ ଅଫିସର, ଯୁବ ରେଡକ୍ରସର କାଉନ୍‌ସିଲର, ସ୍କାଉଟ୍ ଗାଇଡ଼ ରେଞ୍ଜର, ରୋଭର ଶିକ୍ଷକ, ସମାଜସେବୀ ଓ ରାଜ୍ୟର ୬୦ ଜଣଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନରେ ମୁଖ୍ୟଅତିଥି ଓ ଅତିଥିମାନେ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂଯୋଜକ ପ୍ରିୟବ୍ରତ ନାୟକ, ଅନୀଲ ଛୁଆଳ ସିଂ, ଦେବେନ୍ଦ୍ର ଦାସ, ବିନୋଦ ରାଉତ, ଶିବ ପ୍ରସାଦ ଦାସ ଓ ସତ୍ୟବ୍ରତ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଗଠନର ସଂପାଦକ ସାଗର ରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking