ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌକୁଣ୍ଠନାଥ ଷଡଙ୍ଗୀଙ୍କ ଅନୁଗଳ ସ୍ଥିତ ବାସଭବନ ସମେତ ଚାରୋଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାୁ ଜାରି ରହିଛ । ଅନୁଗୁଳ କରଡାଗାଡିଆରେ ଥିବା ଦୁଇ ମହଲା କୋଠା, ଶିକ୍ଷକପଡାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ସେହିପରି ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଘରେ, ଭୁବନେଶ୍ୱର ଡୁମଡୁମା ରେ ଥିବା ଘର ଓ ଭୁବନେଶ୍ୱର ଅଫିସ ସମେତ ପୁରୀ ପିପିଲି ଅଞ୍ଚଳର ଶିଉଳାରେ ମଧ୍ୟ ରେଡ ଜାରି ରହିଛି। ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ଘରୁ ନଗଦ ୨ କୋଟି ଟଙ୍କା ଠାବ କରିଥିବା ବେଳେ ଅନୁଗୁଳ ସ୍ଥିତ ବାସଭବନରୁ ୧କୋଟି ୪୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଉ ଦିନ ପରେ ଅବସର ଚାକିରିରୁ ଅବସର ନେଇଥାନ୍ତେ ବୈକୁଣ୍ଠନାଥ ଷଡଙ୍ଗୀ ।