21.1 C
Bhubaneswar
Saturday, February 14, 2026
Homeଓଡିଶାମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ

ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: କୋଟିପତି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ। ଗତକାଲି ଦିନ ସାରା ଚଢାଉ ପରେ ଆଜି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଅଛି। ସେଥିରୁ ୮୦ଟି କେବଳ ଜଳେଶ୍ୱରରେ ଅଛି। ୪ଟି ପୁରୀ ଜିଲ୍ଲାର ଡେଲାଙ୍ଗରେ ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି। ଏସବୁ ପ୍ଲଟ୍‌ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ। ତେବେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଜଳେଶ୍ୱରରେ ଶ୍ରୀ ପ୍ରଧାନଙ୍କର ଏକ ୫ ମହଲା କୋଠା ଅଛି। ପ୍ରାୟ ୧୨,୫୦୦ ବର୍ଗଫୁଟ୍‌ ଅଞ୍ଚଳରେ ଏହି ୫ ମହଲା କୋଠା ନିର୍ମିତ ହୋଇଛି। ସେହିପରି ଜଳେଶ୍ୱରର ଗୋବରା ଘାଟରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଓ ଲେବର ଶେଲଟର ଶେଡ୍ ଅଛି, ଯାହା ୬୧୫୧ ବର୍ଗଫୁଟ୍ ଜାଗାରେ ନିର୍ମିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking