22.1 C
Bhubaneswar
Friday, February 13, 2026
Homeଓଡିଶାଓଡିଶାରେ ତିଆରି ହେବ ଚିଫ୍ ଓ ସିପ୍‌

ଓଡିଶାରେ ତିଆରି ହେବ ଚିଫ୍ ଓ ସିପ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ସେମିକଣ୍ଡକ୍ଟର ୟୁନିଟ୍ ପୂଜା । ଓଡିଶାରେ ତିଆରି ହେବ ଚିଫ୍ ଓ ସିପ୍ । ଇନଫୋ ଭ୍ୟାଲି-୨ରେ ୨୦୦୦ କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି । ଗଞ୍ଜାମରେ ଜାହାଜ ନିର୍ମାଣ ପାଇଁ ମୁମ୍ବାଇରେ ଏମଓୟୁ ହୋଇଛି । ଦେଶର ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡିଶା ରହିବ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶିକାରେ ଆମେ ଆଗକୁ ବଢିବୁ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ୬ ସେମ ପ୍ରାଇଭେଟ ଲିମିଟେଡ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱର ପ୍ରତିଷ୍ଠା ହେବ  । ଏହା ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ।  ଏଥିପାଇଁ ୨ ହଜା ୬୭ ଟଙ୍କା  ନିବେଶ କରିବ ସଂସ୍ଥା ।  ଏହାଦ୍ୱାରା  ୫ ହଜାର ନିଯୁକ୍ତି  ସୃଷ୍ଟି ହେବ । ମେକ ଇନ ଇଣ୍ଡିଆ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋ ସିଷ୍ଟମକୁ ସୁଦୃଢ କରିବା ଦିଗରେ ପ୍ରମୁଖ ପଦକ୍ଷେପ ନିଆଯାଇଛି ।  ମୋବାଇଲ ଫୋନ, ଇଲୋକ୍ଟ୍ରୋନିକ୍ସ ଉପକରଣ ଏକ ଗୁରୁତ୍ୱ ପୂର୍ଣ୍ଣ ଯନ୍ତ୍ରାଂଶ  ହେଉଛି ସେମିକଣ୍ଡକ୍ଟର । ପ୍ରାୟତଃ ସବୁ ଇଲୋକ୍ଟ୍ରୋନିକ୍ସରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥାଏ ।

ଟ୍ରାଞ୍ଜିଷ୍ଟର ଏବଂ ବାୟୋ ଏବଂ ଇଣ୍ଟିଗ୍ରେଟେଡ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ ।  ଏଥିପାଇଁ ଭାରତ ବିଶେଷ କରି ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ  ନିର୍ଭର କରେ । କିନ୍ତୁ ଏବେ ସେମିକଣ୍ଡକ୍ଟର ହବ ଯଦି ଭାରତ ପାଲଟୁଛି ତାହାହେଲେ ହୁଏତ ଆଉ କୌଣସି ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।  ଭାରତ ମଧ୍ୟ ସେମିକଣ୍ଡକ୍ଟରର ଏକ୍ସପର୍ଟ  ଦେଶ ପାଲଟିପାରିବ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ଓଡିଶାରେ ବିକାଶ ହେଉଛି । ଉନ୍ନତମାନର ଶିଳ୍ପ ଓଡିଶାକୁ ଆସିବା ସ୍ୱପ୍ନ ସଫଳ ହେଉଛି । ଆଗାମୀ  ବର୍ଷରେ  ସେମିକଣ୍ଡକ୍ଟର କ୍ଷେତ୍ରରେ ବହୁ ସୁଯୋଗ ରହିଛି । ଆଗ୍ରେସିଭଲି ଇଲୋକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରି  ପାଇଁ ସରକାର ପ୍ରସ୍ତୁତ ହୁଅନ୍ତୁ । ସମସ୍ତ ସହେଯାଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ ଡାଟା ସେଣ୍ଟର ପଲିସି ଆଣନ୍ତୁ। ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରାସ୍ତା, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ। ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ।

ଭୁବନେଶ୍ୱର ଆଇଆଇଟିରେ ନିଜ ଏମପି ଲାଡରେ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଆଇ ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଇଆଇଟି ଭୁବନେଶ୍ୱରରେ ‘ ନମୋ ‘ ସେମି କଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଇଣ୍ଡଷ୍ଟ୍ରି ଏବଂ ଏକାଡେମୀକୁ ଯୋଡ଼ିବା ଲକ୍ଷ୍ୟରେ ୫ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହା ପ୍ରତିଷ୍ଠା କରାଯାଇଛି। ଯାହା ଦ୍ବାରା ସେମି କଣ୍ଡକ୍ଟର କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking