ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବିତର୍କରେ କଂଗ୍ରେସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଟାର୍ଗେଟ କରିଛନ୍ତି । ପୂର୍ୱତନ ଗୃହ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ କଲେ । ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା କହିଲେ । ଏଥିରୁ ଜଣା ପଡୁଛି ଚିଦାମ୍ବରମ ପାକିସ୍ତାନକୁ କ୍ଲିନଚିଟ ଦେବାକୁ ଚାହୁଁଛନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କଲେ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ୱତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସମାଲୋଚନା କଲେ । ନେହେରୁଙ୍କ ତ୍ରୁଟି ପାଇଁ ପିଓକେ ସୃଷ୍ଟି ହୋଇଛି । ନେହେରୁ ଏକ ପାଖିଆ ଯୁଦ୍ଧ ବିରତି ଘୋଷଣା ଯୋଗୁଁ ପିଓକେର ସୃଷ୍ଟି ହୋଇଛି ।










