21.1 C
Bhubaneswar
Thursday, February 19, 2026
Homeଓଡିଶାବିଭିନ୍ନ ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ ଭାପୁର ଛକରେ ରାସ୍ତାରୋକ୍

ବିଭିନ୍ନ ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ ଭାପୁର ଛକରେ ରାସ୍ତାରୋକ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ହେବା ପାଇଁ ଜୋରଦାର ଆନ୍ଦୋଳନ। ହକ ପାଇଁ ଲଢେଇ, ଲଢ଼ିଲୁ ହାସଲ କରିବୁ, ପୁଣି ଲଢ଼ିବୁ ଆଉ ଜିତିବୁ,ଏ ଲଢେଇ ଆମେ ଜିତିବା ପର୍ଯ୍ୟନ୍ତ ଜାରି ରହିବ। ଢେଙ୍କାନାଳ ଜିଲ୍ଲାର ଭାପୁର ଅଞ୍ଚଳକୁ ଛଦେଶ ବ୍ଲକ ମାନ୍ୟତା ଦେବା ଦାବିରେ ଆଜି ସ୍ଥାନୀୟ ଅଞ୍ଚଳର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାନୀୟ ଅଞ୍ଚଳର ୧୨ଟି ପଞ୍ଚାୟତର ବାସିନ୍ଦା ଦୀର୍ଘଦିନ ହେଲା ତାଙ୍କ ଅଞ୍ଚଳକୁ ଛଦେଶ ବ୍ଲକ ଭାବେ ଘୋଷଣା କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଆଜି ଏହି ଅଞ୍ଚଳର ଲୋକମାନେ ଭାପୁର ଛକରେ ରାସ୍ତା ଉପରେ ଧାରଣା ଦେଇଥିଲେ। ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ଛକରେ ରାସ୍ତା ଅବରୋଧ ଯୋଗୁଁ ଏହି ରାସ୍ତାରେ ଦୀର୍ଘ ୫ଘଣ୍ଟା ଧରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ଫୋର୍ସ ସହିତ ପୁଲିସ ଅଧିକାରୀମାନେ ଡେରା ପକାଇଥିଲେ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା ଢେଙ୍କାନାଳ ଜିଲ୍ଲାର ଓଡ଼ପଡା ବ୍ଲକ ଅଧୀନରେ ଘଟିପିରି କଳାଙ୍ଗ ଆଦି ୪ଟି ପଞ୍ଚାୟତ ରହିଥିବା ବେଳେ ଭାପୁର, ଚନ୍ଦ୍ରଶେଖର ପ୍ରସାଦ ଆଦି ୮ଟି ପଞ୍ଚାୟତ ସଦର ବ୍ଲକ ଅଧୀନରେ ରହିଛି। ଫଳରେ କୌଣସି କାମ ପଡିଲେ ଲୋକଙ୍କୁ ଅନ୍ୟୁନ ୧୫/୨୦କିଲୋମିଟର ଦୂର ଯିବାକୁ ପଡୁଛି। ଏହା ସହିତ ଏହି ଅଞ୍ଚଳର ଗୁରୁତ୍ୱ ବଢିଥିବାବେଳେ ପୁଲିସ ଥାନା, ଦମକଳ କେନ୍ଦ୍ର ଓ ତହସିଲ ଆଦି ଅତି ଜରୁରୀ ରହିଛି। ତେଣୁ ଏହି ଛଦେଶ ଅଞ୍ଚଳକୁ ବ୍ଲକ ମାନ୍ୟତା ଦେବା ପାଇଁ ଅଡ଼ି ବସିଥିଲେ। ପରେ ଢେଙ୍କାନାଳ ତହସିଲଦାର ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପହଞ୍ôଚ ଆଲୋଚନା କରିବା ସହିତ ସେମାନଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ପାଖରେ ଜଣାଇ ଏକ ମାସ ସମୟ ମହଲତ ନେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ହଟି ଥିଲେ। ଫଳରେ ଦିନ ୨ଟା ସମୟରେ ରାସ୍ତାରେ ସଧାରଣ ଯାତାୟାତ ସ୍ୱାଭାବିକ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking