29.1 C
Bhubaneswar
Friday, April 3, 2026
Homeଅପରାଧଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଛତ୍ରଛାତ୍ରୀ

ଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଛତ୍ରଛାତ୍ରୀ

ତାମିଲନାଡ଼ୁ : ତାମିଲନାଡ଼ୁର କୋଏମ୍ବାଟୁରରେ ଘଟିଛି ଅଭାବନୀୟ ଘଟଣା । ଶିକ୍ଷକଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେଲେ କୁନି କୁନି ଛାତ୍ରୀ । ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ସମେତ ସ୍କୁଲର ଦୁଇ ମହିଳା ଶିକ୍ଷକ ଓ ପ୍ରିନ୍ସିପାଲ ବି ବନ୍ଧା ହୋଇଛନ୍ତି। ଏନେଇ ପୁଲିସ୍‌କୁ ତୁରନ୍ତ ଖବର ଦେଇ ନ ଥିବାରୁ ପୁଲିସ୍‌ ସେମାନଙ୍କୁ ବାନ୍ଧିଛି। ପୁଲିସ୍‌ ସୂଚନା ଅନୁସାରେ ଉକ୍ତ ସ୍କୁଲକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ଗସ୍ତ କରିଥିଲେ। ଛାତ୍ରୀମାନେ କିପରି ଯୌନ ଶୋଷଣରୁ ନିଜକୁ ରକ୍ଷା କରି ପାରିବେ ତଥା ବାଲ୍ୟ ବିବାହ ପ୍ରଥା କ’ଣ ଏନେଇ ସମ୍ପୃକ୍ତ ଟିମ୍‌ ଛାତ୍ରୀଙ୍କୁ ଧାରଣା ଦେଉଥିଲେ। ଉକ୍ତ ସମରେ ସପ୍ତମ ଓ ଅଷ୍ଠମ ଶ୍ରେଣୀର କିଛି ଛାତ୍ରୀ ଅଭିଯୋଗ କରିଥିଲେ ଯେ ଶିକ୍ଷକ ନଟରାଜନ ଗତ କିଛି ମାସ ଧରି ସେମାନଙ୍କୁ ସ୍କୁଲରେ ଯୌନ ନିର୍ଯାତନା ଦେଉଛନ୍ତି। ଏନେଇ ସେମାନେ ନିଜ ନିଜ କ୍ଲାସ୍‌ ଟିଚର ଗୀତା ଓ ଶ୍ୟାମଲାଲଙ୍କୁ ଜଣାଇଥିଲେ ବି ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି କି କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏହାର ତଦନ୍ତ କରି ଜାଣିବାକୁ ପାଇଲେ ଯେ, ସ୍କୁଲର ପ୍ରିନ୍ସିପାଲ ଯମୁନାଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି। ସେ ଓ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଏହି ଘଟଣାର ତଦନ୍ତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ସେମାନେ ପୁଲିସ୍‌କୁ ବି ଏ ସମ୍ପର୍କରେ ଅବଗତ କରି ନାହାନ୍ତି। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ତୁରନ୍ତ ପ୍ରିନ୍ସପାଲଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking