14.1 C
Bhubaneswar
Wednesday, January 14, 2026
Homeଖେଳକୋଲ୍‌କାତାକୁ ୨ ୱିକେଟ୍‌ରେ ହରାଇଲା ଚେନ୍ନାଇ

କୋଲ୍‌କାତାକୁ ୨ ୱିକେଟ୍‌ରେ ହରାଇଲା ଚେନ୍ନାଇ

କୋଲ୍‌କାତା: ଚଳିତ ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ବୁଧବାର ୨ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ସ୍ଥାନୀ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା କେକେଆର୍ ନିର୍ଦ୍ଧାରିତ ଓଭର୍‌ରେ ୬ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭର୍‌ରେ ୮ ୱିକେଟ୍ ବିନିମୟରେ ୧୮୩ ରନ୍ କରି ଦୁଇ ୱିକେଟ୍‌ରେ ବିଜୟୀ ହୋଇଛି। ପାଞ୍ଚ ଥରର ଚାମ୍ପିଅନ୍ ଚେନ୍ନାଇ ପୂର୍ବରୁ ପ୍ଲେଅଫ୍‌ରୁ ବାଦ୍ ପଡ଼ିଥିବା ଏବେ କେକେଆର୍ ମଧ୍ୟ ରେସ୍‌ରୁ ବାହାରିଯାଇଛି।

୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ୬୦ ରନ୍ ମଧ୍ୟରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଏହାପରେ ଡେୱାଲ୍ଡ ବ୍ରେଭିସ୍ ଓ ଶିଭମ୍ ଦୁବେ ୬୭ ରନ୍‌ର ପାର୍ଟନରଶିପ୍ କରି ଟିମ୍‌ର ଆଶା ଉଜ୍ଜୀବିତ ରଖିଥିଲେ। ବ୍ରେଭିସ୍ ୨୫ ବଲ୍‌ରେ ୪ଟି ଲେଖାଏ ଛକା ଓ ଚୌକା ସହାୟତାରେ ୫୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ବିଦାୟ ନେଇଥିଲେ। ଏହାପରେ କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନିଙ୍କ ସହ ମିଶି ଦୁବେ ୪୩ ରନ୍ ଯୋଡ଼ି ଟିମ୍‌କୁ ବିଜୟ ନିକଟବର୍ତ୍ତୀ କରିଥିଲେ। ଦୁବେ ୪୦ ବଲ୍‌ରୁ ୪୫ କରି ଆଉଟ୍ ହେବାପରେ ନୁର୍ ଅହମଦ୍ (୨) ମଧ୍ୟ ବିଦାୟ ନେଇଥିଲେ। ତେବେ ଆନ୍ଦ୍ରେ ରସେଲ୍‌ଙ୍କ ବଲ୍‌ରେ ଧୋନି ଛକା ଲଗାଇ ଟିମ୍‌କୁ ସିଜନ୍‌ର ତୃତୀୟ ବିଜୟ ଦେବା ସହ ୧୭ ରନ୍‌ରେ ଅପରାଜିତ ଫେରିଥିଲେ। କୋଲ୍‌କାତା ପକ୍ଷରୁ ବୈଭବ ଆରୋରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ୨-୨ ଏବଂ ମୋଇନ୍ ଅଲୀ ଗୋଟିଏ ସଫଳତା ପାଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା କୋଲ୍‌କାତା ନାଇଟ୍ ରାଇଡର୍ସ ୬ ୱିକେଟ୍ ବିନିମୟରେ ୧୭୯ ରନ୍ କରିଥିଲା। ଟିମ୍ ପକ୍ଷରୁ କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୮ ରନ୍ କରିଥିଲେ। ତାଙ୍କ ୩୩ ବଲ୍‌ର ଇନିଂସ୍‌ରେ ୪ ଚୌକ ଓ ଦୁଇ ଛକା ସାମିଲ ଥିଲା। ସେହିପରି ଆନ୍ଦ୍ରେ ରସେଲ୍ ୪ ଚୌକା ଓ ତିନି ଛକା ସହାୟତାରେ ୨୧ ବଲ୍‌ରେ ୩୮ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିଲେ। ଅନୁଭବୀ ବ୍ୟାଟର୍ ମନୀଷ ପାଣ୍ଡେ ୩୬ ଓ ସୁନୀଲ୍ ନରେନ୍ ୨୬ ରନ୍‌ର ଯୋଗଦାନ କରିଥିଲେ। ଚେନ୍ନାଇ ପକ୍ଷରୁ ସ୍ପିରନ୍ ନୁର୍ ଅହମଦ୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଫାଷ୍ଟ୍ ବୋଲର୍ ଅଂଶୁଳ କମ୍ବୋଜ୍ ଓ ସ୍ପିନର୍ ରବୀନ୍ଦ୍ର ଜାଡ଼େଝାଙ୍କୁ ୧-୧ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking