16.1 C
Bhubaneswar
Saturday, December 20, 2025
Homeଓଡିଶାଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ଗତ ୭ ତାରିଖରେ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥଟଣା ଦୁଇ ଦିନ ପଡୁଥିବାରୁ ଗତକାଲି ପୁରୀର ତିନି ରଥ ଶରଧାବାଲିରେ ପହଞ୍ଚିଥିଲା । ରଥାରୁଢ଼ ଶ୍ରୀଜିଉଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି । ରଥାରୁଢ଼ ଶ୍ରୀଜିଉଙ୍କୁ ଦେଖି ଭକ୍ତମାନଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିପଡ଼ୁଛି । ତେବେ ନଅ ଦିନ ପାଇଁ ଆଡ଼ପ ମଣ୍ଡପରେ ଶ୍ରୀଜିଉ ଭକ୍ତଙ୍କୁ ଦେବେ ଦର୍ଶନ । ଆଜି ସନ୍ଧ୍ୟା ଧୂପ ଶେଷ ହେବା ପରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଜି ଅପରାହ୍ନ ପର୍ଯ୍ୟନ୍ତ ଶ୍ରୀଜିଉ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବା ସହିତ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking