20.1 C
Bhubaneswar
Saturday, February 14, 2026
Homeଓଡିଶାଆଜି ପୁଣି ଦ୍ୱିତୀୟ ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ରରେ ଟଣାଯିବ ରଥ

ଆଜି ପୁଣି ଦ୍ୱିତୀୟ ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ରରେ ଟଣାଯିବ ରଥ

ଭୁବନେଶ୍ୱର : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ଟଣାଯିବ ରଥ । ଗତକାଲି ଅଧାବାଟରେ ଅଟକି ଥିବା କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥକୁ ଆଜି ପୁଣି ଶ୍ରଦ୍ଧାଳୁ ଟାଣିବେ। ଗତକାଲି ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଧାରେ ଅଟକିଥିଲା ରଥ। ଏହାପରେ ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ। ଗତକାଲି ଅଧାବାଟରେ ଅଟକି ଥିବା କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥକୁ ଆଜି ପୁଣି ଶ୍ରଦ୍ଧାଳୁ ଟାଣିବେ। ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking