ନୂଆଦିଲ୍ଲୀ : ଚନ୍ଦ୍ରାୟନ-୪ ମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ l ଚନ୍ଦ୍ରାୟନ-୪ ମିଶନ ପାଇଁ ୨୧୦୪ କୋଟି ଟଙ୍କା ମଞ୍ଜୁର ହୋଇଛି l ଏଥିସହ ଭେନସ୍-ଭେନସ୍ ଅର୍ବିଟ୍ ମିଶନକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି l ସେହିପରି ପିଏମ୍ ଆଶା ଯୋଜନା ପାଇଁ ୩୫,୦୦୦ କୋଟି, ଏନପିକେ ସାର ପାଇଁ ୨୪, ୪୭୫ କୋଟି ସବ୍ସିଡିକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର l ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି l ୨୦୨୮ ମସିହାରେ ଏହାର ଲଞ୍ଚ ନେଇ ଆସ ରଖିଛି ଇସ୍ରୋ l ଏହି ମିଶନକୁ ଲୁପେକ୍ସ ମିଶନ ମଧ୍ୟ କୁହାଯିବ l