26.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଚାନ୍ଦିପୁରା ଭାଇରସ : ଗଲା ଆଉ ଏକ ଜୀବନ

ଚାନ୍ଦିପୁରା ଭାଇରସ : ଗଲା ଆଉ ଏକ ଜୀବନ

ଅହମଦାବାଦ : ବଢିଚାଲିଛି ଚାନ୍ଦିପୁରା ଭାଇରସ। ଗୁଜରାଟରେ ସଂକ୍ରମଣରେ ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ଗଲା। ଏନେଇ ସ୍ପଷ୍ଟ କରିଛି ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି। ସୂଚନା ଅନୁଯାୟୀ, ଗୁଜରାଟରେ ୧୫ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ଯରୁ ୮ ଜଣ ପ୍ରାଣ ହରାଇଛନ୍ତି। ବୁଧବାର, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ, ରାଜ୍ୟରୁ ଏପର୍ଯ୍ୟନ୍ତ ୨୯ଟି ମାମଲା ରୁଜୁ ହୋଇଛି। ୨୯ ଟି ମାମଲା ମଧ୍ୟରୁ ୨୬ ଟି ଗୁଜରାଟର, ଦୁଇଟି ରାଜସ୍ଥାନର ଏବଂ ଗୋଟିଏ ମାମଲା ମଧ୍ୟପ୍ରଦେଶର। ସେହିପରି ୧୫ ମୃତକଙ୍କ ମଧ୍ୟରେ ୧୪ଜଣ ଏହି ରାଜ୍ୟର ହୋଇଥିବା ବେଳେ ଜଣେ ଲେଖାଏଁ ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ରହିଛନ୍ତି। ଗୁଜରାଟର ସାବରକନ୍ଥ, ଆରାବଳୀ, ମୋରବି, ଖେଡା, ମେହସାନା, ରାଜକୋଟ, ଅହମଦାବାଦ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି। ସୂଚନାଯୋଗ୍ୟ, ଚାନ୍ଦିପୁରା ଭାଇରସ ଯୋଗୁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking