ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟର ୧୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଚକ୍ରଧାରୀ ଶରଣ ସିଂ ଯୋଗ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଯୋଗ ଦେଇଥିଲେ । ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଚଣ୍ଡିଖୋଲ ବାର୍ ଆସୋସିଏସନର ନୂତନ ଗୃହର ଶିଳାନ୍ୟାସ କରିଥିଲେ ମୁଖ୍ୟ ଅତିଥି । ରାଜ୍ୟର ବିଭିନ୍ନ କୋର୍ଟରେ ଥିବା ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ନ୍ୟାୟ ବ୍ୟବସ୍ଥାର ସଠିକ୍ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବିଚାରପତି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଉତ୍ସବରେ ବାର୍ ଆସୋସିଏସନର ସଭାପତି, ସମ୍ପାଦକଙ୍କ ସହ କୋର୍ଟର ସମସ୍ତ ଆଇନଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।