28.1 C
Bhubaneswar
Saturday, October 5, 2024
Homeଅପରାଧଚାଞ୍ଚଲ୍ୟ: ଗୋଟିଏ ପରିବାରରୁ ୪ ଜଣଙ୍କ ମୃତଦେହ ଉଦ୍ଧାର

ଚାଞ୍ଚଲ୍ୟ: ଗୋଟିଏ ପରିବାରରୁ ୪ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହାରାଷ୍ଟ୍ରର ନାଗପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ସେଠାର ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାକୁ ନେଇ ପୋଲିସ ସନ୍ଦେହ ପ୍ରକଟ କରିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡାଲ ନୋଟ୍ ପାଇଥିଲା । ଯେଉଁଥିରେ ୪ ଜଣଙ୍କ ଦସ୍ତଖତ ରହିଛି । ଘଟଣାର ତଦନ୍ତ କରାଯାଉଥିବା ନେଇ ପୋଲିସ କହିଛି ।

ସୂଚନା ମୁତାବକ, ସେଠାର ଅବସରପ୍ରାପ୍ତ ଶିକ୍ଷକ ବିଜୟ ତାଙ୍କ ପତ୍ନୀ ମାଲାଙ୍କ ସହ ରହୁଥିଲେ । ତାଙ୍କର ଦୁଇ ପୁଅ ଥିଲେ ଦୀପକ ଏବଂ ଗଣେଶ । ଉଭୟ ବାହା ହୋଇନଥିଲେ । ମଧ୍ୟପ୍ରଦେଶର ସମବାୟ ସମିତିରେ ସେମାନଙ୍କ ଗୋଟିଏ ପୁଅ ବିରୋଧରେ ଠକେଇ ମାମଲା ଚାଲିଥିଲା । ଯେଉଁଥିରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ମାତ୍ର ଏକ ମାସ ପୂର୍ବରୁ ଜାମିନ ମିଳିଥିଲା । ସେହିପରି ଆତ୍ମହତ୍ୟା ନୋଟରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ଠକେଇରେ ତାଙ୍କ ନାଁ ଆସିବା ପରେ ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ସନ୍ଦେହ କରୁଛି ଯେ ଯଦି ଗୋଟିଏ ପୁଅ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ସମଗ୍ର ପରିବାର କାହିଁକି ଆତ୍ମହତ୍ୟା କଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking