30.1 C
Bhubaneswar
Saturday, September 28, 2024
Homeଓଡିଶାରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଆସନ୍ତା ଜୁନ୍ ୨୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଓ ୨୫ରୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବା ସହ ତାପମାତ୍ରା ୩୬ ଡିଗ୍ରୀ ତଳକୁ ଖସିବ । ୨୮ ତାରିଖ ଯାଏ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ଜିଲ୍ଲାରେ ମୋଟ ୬୦ରୁ ୧୦୦ମିଲିମିଟର ବର୍ଷା ହେବ । ସେହିଭଳି ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୦ ଦିନରେ ୪୦ରୁ ୫୦ ମିମି ବର୍ଷା ହୋଇପାରେ । ସେହିପରି ୩୦ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ମାଲକାନଗିରିରେ ମୈାସୁମୀ ବାୟୁ ସକ୍ରିୟ ରହିଥିବା ଯୋଗୁଁ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱର, ଢେଙ୍କାନାଳ ଓ କଟକରେ ମଧ୍ୟ ବର୍ଷା ହୋଇଛି । ୨୦ ରୁ ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ହେବା ସହିତ ଗୁରୁବାର ସୁଦ୍ଧା ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନକୁ ମୌସୁମୀ ଅଗ୍ରସର ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking