25.1 C
Bhubaneswar
Saturday, February 7, 2026
Homeଖେଳଚାମ୍ପିଅନ୍ସ ଟ୍ରଫ: ପଡ଼ିଆରେ ପୁଣି ପଶିଲା କଳା ବିଲେଇ

ଚାମ୍ପିଅନ୍ସ ଟ୍ରଫ: ପଡ଼ିଆରେ ପୁଣି ପଶିଲା କଳା ବିଲେଇ

କରାଚି: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ପାକିସ୍ତାନ କରୁଛି। ତେବେ ଟୁର୍ଣ୍ଣାମେଣ୍ଟ୍‌ର ବ୍ୟବସ୍ଥାକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ବହୁ ଟ୍ରୋଲ୍ ହେଉଛି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି। ଖରାପ ଡ୍ରେନେଜ୍ ସିଷ୍ଟମ୍ ଯୋଗୁଁ ୟୁଜର୍ ପାକିସ୍ତାନକୁ ବହୁ ସମାଲୋଚନା କରିଛନ୍ତି। ସେହିପରି ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଥରେ ଦୁଇଥର ପଡ଼ିଆରେ ସାପ ଦେଖିବାକୁ ମିଳିଛି। ଏବେ କରାଚି ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ମ୍ୟାଚ୍ ବେଳେ ପଡ଼ିଆରେ ଏକ କଳା ବିଲେଇ ଦେଖିବାକୁ ମିଳିଛି। କଳା ବିଲେଇଟି ପଡ଼ିଆ ଭିତରକୁ ପଶିଆସିଥିଲା।

ଫଳରେ କ୍ୟାମେରାମ୍ୟାନ୍ ତା’ ଉପରେ ଫୋକସ୍ କରିଥିଲା। ସାଉଥ୍ ଆଫ୍ରିକା ଇନିଂସ୍ ବେଳେ ଏହା ଘଟିଥିଲା। ଏହାର ଭିଡିଓ ସ୍ୱୟଂ ଆଇସିସି ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍ କରିଛି। ଚଳିତ ସଂସ୍କରଣରେ ଶନିବାର କଳା ବିଲେଇ ଦେଖାଯିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ୍‌ରେ ମଧ୍ୟ ପଡ଼ିଆରେ କଳା ବିଲେଇ ଦେଖାଯାଇଥିଲା। କଳା ବିଲେଇକୁ ଅଶୁଭ କୁହାଯାଉଥିବାରୁ କିଛି ଅଶୁଭ ହେବା ଆଶଙ୍କା କରାଯାଉଛି। ତେବେ ସମୟ ଏହା କହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking