17.1 C
Bhubaneswar
Wednesday, January 14, 2026
Homeଖେଳଚାମ୍ପିଅନ୍ସ ଟ୍ରଫି: ଗ୍ରୁପ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଯାତ୍ରା ସମାପ୍ତ

ଚାମ୍ପିଅନ୍ସ ଟ୍ରଫି: ଗ୍ରୁପ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଯାତ୍ରା ସମାପ୍ତ

କରାଚି: ଆଫଗାନିସ୍ତାନର ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ ଖେଳିବା ଆଶା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯାଇଛି। ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଶେଷ ହେବା ପୂର୍ବରୁ ହିଁ ସେମିଫାଇନାଲ୍‌ର ଚତୁର୍ଥ ଟିମ୍ ସ୍ଥିର ହୋଇଯାଇଛି। ସାଉଥ୍ ଆଫ୍ରିକା କରାଚିରେ ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ ଗ୍ରୁପ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୭୯ ରନ୍‌ରେ ଅଲ୍‌ଆଉଟ୍ କରିବା ଫଳରେ ଆଫଗାନିସ୍ତାନ ସେମିଫାଇନାଲ୍ ଦୌଡ଼ରୁ ବାହାର ହୋଇଯାଇଛି।

ଏହି ପ୍ରକାରେ ସାଉଥ୍ ଆଫ୍ରିକା ସେମିଫାଇନାଲ୍‌ରେ ପ୍ରବେଶ କରିବାରେ ଚତୁର୍ଥ ଟିମ୍ ହୋଇଛି। ଶନିବାର କରାଚିରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଇଂଲଣ୍ଡ ୩୮.୨ ଓଭର୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଏହା ଚଳିତ ଚାମ୍ପିଅନ୍ସ ଟ୍ରଫି ସର୍ବନିମ୍ନ ମୋଟ ସ୍କୋର୍‌। ଇଂଲଣ୍ଡ ଇନିଂସ୍ ସମାପ୍ତ ହେବା ପରେ ହିଁ ଗ୍ରୁପ୍‌-ବି’ରୁ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ସେମିଫାଇନାଲ୍ ଖେଳିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଆଫଗାନିସ୍ତାନର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବର୍ଷା କାରଣରୁ ଫଳାଫଳ ଶୂନ୍ୟ ହୋଇଥିଲା। ଏହି କାରଣରୁ ଟିମ୍‌ର ଆଶା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଉପରେ ଥିଲା। ଇଂଲଣ୍ଡ ଏହି ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିଥିଲେ ସାଉଥ୍ ଆଫ୍ରିକା ସେମି ଦୌଡ଼ରୁ ବାଦ୍ ପଡ଼ିଥାନ୍ତା ଏବଂ ଆଫଗାନିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଥାନ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking