ଭୁବନେଶ୍ବର : ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ବିଶ୍ୱବିଦ୍ୟାଳୟର ଫାକଲଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରେ ୩-ଦିନିଆ ଟେକ୍ନୋ କଲ୍ଚରାଲ୍ ଫେଷ୍ଟ “ଚକ୍ରବ୍ୟୁହ” ଏବଂ “ଜେନେସିସ” ଶୁକ୍ରବାର ଉଦଘାଟିତ ହୋଇଥିଲା ହୋଇଯାଇଛି। ଆଇଟିଇଆର ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ କୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସର୍ବ ପୁରାତନ ଅନୁଷ୍ଠାନ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ୍ (ଏନ୍ଆଇ ଆରଏଫ୍) ରାଙ୍କିଙ୍ଗସ ୨୦୨୫ରେ ଦେଶର ୨୨ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଛି ବୋଲି କହିବା ସହ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏ ନେଇ ଗର୍ବ କରିବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ସେ କହିଥିଲେ ଯେ ଆଇଟିଇଆର ର ଛାତ୍ରଛାତ୍ରୀ ମାନେ ବିଶ୍ୱର କୋଣ ଅନୁକୋଣରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା ଗୌରବର ବିଷୟ। ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିକ୍ଷାନୁଷ୍ଠାନ ପାଇଁ ଆନନ୍ଦର କଥା। ଏହି ଅବସରରେ ସୋଆ ଉପ କୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଆହରଣ କରିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ ପ୍ରଫେସର ପ୍ରଦୀପ କୁମାର ସାହୁ ଉପସ୍ଥିତ ଥାଇ ଏହି ଶିକ୍ଷାନୁଷ୍ଠାନ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା କୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କହିଥିଲେ। ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଥିଲେ ଯେ ଏହି ଅନୁଷ୍ଠାନ ୨୫ ବର୍ଷ ଧରି ନିଜକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ କରିଥିବା ବେଳେ ଏଠାରେ ବିଭିନ୍ନ ଷ୍ଟୁଡେଣ୍ଟ କ୍ଲବ ରହିଛି। ଏହା ଛଡା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ନେସନାଲ ସୋସିଆଲ ସର୍ଭିସ ସ୍କିମ, ଅଟଳ ଇନକ୍ୟୁବେଶନ ସେଣ୍ଟର୍ – ସୋଆ ଫାଉଣ୍ଡେସନ ଇତ୍ୟାଦି ବିଭିନ୍ନ ଛାତ୍ରଛାତ୍ରୀ କୈନ୍ଦ୍ରିକ କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଆଇଟିଇଆର ର ଆଡିସନାଲ ଡିନ (ଷ୍ଟୁଡେଣ୍ଟ ଆଫେଆର୍ସ ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଚିଫ ୱାର୍ଡେନ ପ୍ରଫେସର ରଞ୍ଜନ ମଲ୍ଲିକ ବକ୍ତବ୍ୟ ରଖିଥିଲେ…ଆଡିସନାଲ ୱାର୍ଡେନ ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବେ। ଉଦ୍ଘାଟନୀ ସମାରୋହରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ “ଜାଗୋ” ପ୍ରୟାସ ମାଧ୍ୟମରେ ପାଠ ପଢ଼ାରେ ସେମାନଙ୍କ ଦ୍ୱାରା ସାହାଯ୍ୟ ପାଉଥିବା ବିଭିନ୍ନ ବସ୍ତି ଅଞ୍ଚଳର ଶିଶୁ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷିତ ହୋଇଥିଲା।










