32.1 C
Bhubaneswar
Wednesday, September 18, 2024
Homeଓଡିଶାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଓ ପାଣ୍ଠି ନେଇ...

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଓ ପାଣ୍ଠି ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର, : ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଏକ ସମୀକ୍ଷା ବୈଠକ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ରାମଦାସ ଆଠେୱଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଓ ପାଣ୍ଠି ନେଇ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୬ ଟି ବୃଦ୍ଧାଶ୍ରମ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ୫ ଟି ବୃଦ୍ଧାଶ୍ରମ ଚାଲୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏନ୍‌ଜିଓ ପରିଚାଳିତ ବୃଦ୍ଧାଶ୍ରମଗୁଡ଼ିକୁ କେନ୍ଦ୍ର ସରକାର ସିଧାସଳଖ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ୪ଟି ବୃଦ୍ଧାଶ୍ରମକୁ ବାର୍ଷିକ ୧୫ ଲକ୍ଷ ୩୧ ହଜାର ୩୫୦ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ୨୦୨୩-୨୪ଆର୍ଥିକ ବର୍ଷରେ ୧୬ ଟି ନୂତନ ବୃଦ୍ଧାଶ୍ରମର ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଛି ଏବଂ ଏଗୁଡ଼ିକ ଅନୁମୋଦନ ଅପେକ୍ଷାରେ ରହିଛି । ସେହିଭଳି ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୧୪.୧୮ ଲକ୍ଷ ଏବଂ ରାଜ୍ୟ ମଧୁବାବୁ ପେନ୍‌ସନ୍‌ ଯୋଜନା ଅଧୀନରେ ପ୍ରାୟ ୧୭ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେଉଛନ୍ତି । ସମ୍ପ୍ରତି, ରାଜ୍ୟ ସରକାର ୬୦-୭୯ ବର୍ଷ ବୟସ୍କ ହିତାଧିକାରୀଙ୍କ ପେନ୍‌ସନ୍‌ ରାଶି ୧୦୦୦ ଟଙ୍କାକୁ ଏବଂ ୮୦ ବର୍ଷ କିମ୍ବା ତତୋଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ପେନ୍‌ସନ୍‌ ରାଶି ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ଉଭୟ ବର୍ଗରେ ପେନ୍‌ସନ୍‌ ରାଶିକୁ ଯଥାକ୍ରମେ ୮୦୦ ଟଙ୍କା ଏବଂ ୭୦୦ ଟଙ୍କା ବୃଦ୍ଧି କରିଛନ୍ତି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟକୁ କୌଣସି ଆର୍ଥିକ ଅନୁଦାନ ମିଳିନାହିଁ ବୋଲି ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ, ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ବିଏମ୍‌ସିର ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ ସାହୁ, ଯୁଗ୍ମ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking