21.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।

ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଅନୁରୋଧ ପାଇଥିଲେ ଯାହା ପରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏକ କମିଟି ଗଠନ କରିଥିଲା। ପ୍ୟାକେଜିଂ ଶୁଳ୍କର ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ଗଠିତ ଏହି କମିଟିରେ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ସଦସ୍ୟମାନେ ସାମିଲ ଥିଲେ। ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟ ସରକାରମାନେ କମିଟିକୁ ସେମାନଙ୍କର ପରାମର୍ଶ ପ୍ରଦାନ କରିଥିଲେ।

କମିଟିର ସୁପାରିଶ ଆଧାରରେ, ଭାରତ ସରକାର  ବ୍ୟବହୃତ ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବ୍ୟାଗ ପ୍ରତି ୭ ଟଙ୍କା ୩୨ ପଇସାରୁ ୧୦ ଟଙ୍କା ୨୨ ପଇସା କିମ୍ବା ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ବହନ କରାଯାଇଥିବା ପ୍ରକୃତ ଖର୍ଚ୍ଚ, ଯାହା କମ୍ ତାହା ସଂଶୋଧନ କରିଛନ୍ତି। ୨୦୧୭-୧୮ ଖରିଫ ମାର୍କେଟିଂ ଋତୁରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁରୁ ପର୍ଯ୍ୟନ୍ତ ନୂତନ ବ୍ୟାଗର ମୂଲ୍ୟ ବୃଦ୍ଧି ଅନୁପାତରେ ପୁରୁଣା ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବୃଦ୍ଧି କରାଯାଇଛି। ସଂଶୋଧିତ ହାର କେଏମଏସ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ  ଲାଗୁ ହେବ।୨୦୧୮-୧୯ ରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁ ଓ ୨୦୨୫-୨୬ ରବି ମାର୍କେଟିଂ ଋତୁ ପର୍ଯ୍ୟନ୍ତ ବସ୍ତା ପିଛା ବ୍ୟବହାର ଦେୟ ୭ ଟଙ୍କା ୩୨ ପଇସା ଥିବାବେଳେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ ତାହା ୩୯.୬୦ ପ୍ରତିଶତ ବୃଦ୍ଧି କରି ୧୦ ଟଙ୍କା ୨୨ ପଇସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking