34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଆକ୍ସନ୍ ମୁଡ୍‌ରେ କେନ୍ଦ୍ର ସରକାର; ବ୍ଲକ୍ ହେଲା ୧୭ ହଜାର ହ୍ୱାଟସ୍‌ଆପ୍ ଆକାଉଣ୍ଟ

ଆକ୍ସନ୍ ମୁଡ୍‌ରେ କେନ୍ଦ୍ର ସରକାର; ବ୍ଲକ୍ ହେଲା ୧୭ ହଜାର ହ୍ୱାଟସ୍‌ଆପ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଡିଜିଟାଲ ଆରେଷ୍ଟ ଓ ସାଇବର ଠକେଇ ମାମଲା ବଢ଼ିଚାଲିଛି। ସାଇବର ଠକମାନେ ନୀରିହ ଲୋକଙ୍କୁ ଫସାଇ ସେମାନଙ୍କ ଟଙ୍କା ପର୍ଯ୍ୟାପ୍ତ ପରିମାଣର ଟଙ୍କା ଲୁଟି ନେଉଛନ୍ତି। ତେବେ ଏସବୁ ସମସ୍ୟା ଉପରେ ରୋକ୍ ଲଗାଇବା ଦିଗରେ କେନ୍ଦ୍ର ସରକାର ଏବେ ଆକ୍ସନ୍ ମୁଡ୍‌କୁ ଆସିଥିବା ଅନୁମାନ କରାଯାଉଛି। ଡିଜିଟାଲ ଆରେଷ୍ଟ ବା ସାଇବର ଠକେଇ ଉପରେ ଏଣିକି ଲଗାମ୍ ଲଗାଇବା ପାଇଁ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ସ୍ୱରୁପ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରାୟ ୧୭ ହଜାର ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ୍ କରିଛିି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ସହିତ ଜଡିତ ଥିଲା ବୋଲି କୁହାଯାଉଛି। ଏତଦ୍‌ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଥିସହ ଗୃହ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିଛନ୍ତି। ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ୭୦୯ଟି ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ଲକ୍ କରିଛି। ଚଳିତ ବର୍ଷ ୬ ହଜାରରୁ ଅଧିକ ଡିଜିଟାଲ ଆରେଷ୍ଟ ମାମଲା ରୁଜୁ ହୋଇଛି। ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ଜଣାପଡିଛି। ଏପରି ଅପରାଧକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking