26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶବିମାନକୁ ବାରମ୍ବାର ବୋମା ଧମକ ଘଟଣାରେ କେନ୍ଦ୍ରର ବଡ଼ ନିଷ୍ପତ୍ତି; ଡିଜିସିଏ ମୁଖ୍ୟ ପଦରୁ ହଟିଲେ...

ବିମାନକୁ ବାରମ୍ବାର ବୋମା ଧମକ ଘଟଣାରେ କେନ୍ଦ୍ରର ବଡ଼ ନିଷ୍ପତ୍ତି; ଡିଜିସିଏ ମୁଖ୍ୟ ପଦରୁ ହଟିଲେ ବିକ୍ରମ ଦେବଦତ୍ତ

ନୂଆଦିଲ୍ଲୀ: ବ୍ୟୁରୋକ୍ରାଟ୍ ଅଦଳବଦଳ ପ୍ରକ୍ରିୟା ଅନ୍ତର୍ଗତ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ମହାନିର୍ଦ୍ଦେଶକ ପଦରୁ ବିକ୍ରମ ଦେବ ଦତ୍ତଙ୍କୁ ହଟାଇଦିଆଯାଇଛି। ରିପୋର୍ଟ ଅନୁସାରେ ବିକ୍ରମ ଦେବଦତ୍ତଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି। ଗତ କିଛି ଦିନ ଧରି ଦେଶରେ ଚଳାଚଳ କରୁଥିବା ବିମାନଗୁଡ଼ିକୁ ବାରମ୍ବାର ବୋମା ଧମକ ମିଳିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରକାର ନିଷ୍ପତ୍ତି ନିଆଯାଇଛି। ବୋମା ଧମକ ଘଟଣାକୁ ରୋକିବାରେ କିମ୍ବା ଆସୁଥିବା ଧମକର କେନ୍ଦ୍ରସ୍ଥଳକୁ ଠାବ କରିବାରେ ଯେଉଁଠି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବିଫଳ ରହିଛନ୍ତି ସେତେବେଳେ କେନ୍ଦ୍ର ସରକାର ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପୂର୍ବକ ଡିଜିସିଏ ମୁଖ୍ୟଙ୍କୁ ପଦବୀରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଏୟାରଲାଇନ୍ସକୁ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୦୦ଟି ବୋମା ଧମକ ମିଳିଛି। କେବଳ ଶନିବାର ୩୦ରୁ ଅଧିକ ବୋମା ଧମକ ମିଳିଥିବା ବେଳେ ରବିବାର ୨୪ଟି ଧମକ ଆସିଛି। ପୂର୍ବରୁ ଏଭଳି ଏକାଧିକ ଘଟଣା ଘଟିଥିବାବେଳେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଜରୁରୀ ଅବତରଣ କରାଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟ ସମସ୍ତ ବିମାନଗୁଡିକୁ ଗନ୍ତବ୍ୟସ୍ଥଳରେ ଅବତରଣ କରାଯିବା ପରେ ଯାଞ୍ଚ କରାଯାଉଛି। କିନ୍ତୁ ଯାଞ୍ଚ ପରେ ସେପରି କୌଣସି ବୋମା ସାମଗ୍ରୀ ମିଳିନାହିଁ। କେହି ଜାଣିଶୁଣି ମିଛ ଧମକ ଦେଇଥିବା ଜଣାପଡ଼ିଛି। ତେବେ ଲଗାତାର ଭାବେ ଏପରି ହୋକ୍ସ କଲ୍ ଘଟଣା ଘଟିଚାଲିଛି। ଫଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟର ଚିନ୍ତା ବଢିଛି। ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବା ସହ ତଦନ୍ତ ମଧ୍ୟ ଚାଲିଛି।

ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ। ଅନ୍ୟପକ୍ଷେ ଏସବୁକୁ ନେଇ ଶନିବାର ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌)ର ଅଧିକାରୀମାନେ ରାଜୀବ ଗାନ୍ଧୀ ଭବନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିଭିନ୍ନ ଏୟାରଲାଇନ୍ସ ଅପରେଟରଙ୍କ ସିଇଓଙ୍କ ସହ ବୈଠକ କରିଥିଲେ। ଯାତ୍ରୀଙ୍କ ପାଇଁ ଭୟ ଓ ଅସୁବିଧା ସୃଷ୍ଟି କରୁଥିବା ବିପଦର ମୁକାବିଲା ପାଇଁ ସିଇଓମାନଙ୍କୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସ୍‌ଓପି) ବିଷୟରେ ଅବଗତ କରାଯାଇଥିଲା। ବିମାନଗୁଡ଼ିକୁ ଡାଇଭର୍ଟ କରିବା ସହ ବାତିଲ୍ ଏବଂ ପୁନଃନିର୍ଦ୍ଧାରଣ କରିବାକୁ ପଡ଼ୁଥିବାରୁ ଏୟାରଲାଇନ୍ସଗୁଡ଼ିକର କ୍ଷତି ହେଉଥିବା ବୈଠକରେ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking