25.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶଝାଡଖଣ୍ଡ ସରକାରଙ୍କୁ ଚେତାବନୀ ଦେଲା କେନ୍ଦ୍ର; ଯଥାଶୀଘ୍ର ଖଣି ଖନନ ପାଇଁ ନିଲାମ ଦିଅ

ଝାଡଖଣ୍ଡ ସରକାରଙ୍କୁ ଚେତାବନୀ ଦେଲା କେନ୍ଦ୍ର; ଯଥାଶୀଘ୍ର ଖଣି ଖନନ ପାଇଁ ନିଲାମ ଦିଅ

ନୂଆଦିଲ୍ଲୀ: ଜାମିନରେ ବାହାରି ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ହେମନ୍ତ ସୋରେନ୍‌ଙ୍କ ସରକାର ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କଡା ଚେତାବନୀ ଦିଆଯାଇଛି । ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଝାଡଖଣ୍ଡ ସରକାରଙ୍କୁ ଖଣି ଖନନ ଆରମ୍ଭ କରିବା ପାଇଁ ତୁରନ୍ତ ନିଲାମ୍ (ଟେଣ୍ଡର) ଡାକିବାକୁ କୁହାଯାଇଛି । ଝାଡଖଣ୍ଡରେ ଥିବା ରାଜ୍ୟର ଏକ ସୁନା ଖଣି ସମେତ ପ୍ରାୟ ୧୦ଟି ଖଣିଜ ବ୍ଲକ୍‌ଗୁଡ଼ିକୁ (ତମ୍ବା ଏବଂ ଗ୍ରାଫାଇଟ୍ ଇତ୍ୟାଦି) ନିଲାମ କରିବାକୁ ଖଣି ମନ୍ତ୍ରଣାଳୟ କହିଛି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯଦି ରାଜ୍ୟ ସରକାର ଖଣି ଖନନ ପ୍ରକ୍ରିୟା ଆରମ୍ଭ କରିବାକୁ କିମ୍ବା ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଦିଗରେ ବିଫଳ ହୁଅନ୍ତି କିମ୍ବା ଏଦିଗରେ ଅଧିକ ବିଳମ୍ବ ହୁଏ ତେବେ ତେବେ କେନ୍ଦ୍ର ସରକାର ନିଜ ଆଡୁ ଏସବୁ ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆରମ୍ଭ କରିବ । ପ୍ରକାଶ, ଏହି ବ୍ଲକ୍‌ଗୁଡ଼ିକ ଜି-୨ (ସାଧାରଣ) ଏବଂ ଜି-୩ (ପ୍ରାରମ୍ଭିକ)ସ୍ତରର । ଏତଦ୍‌ବ୍ୟତୀତ ଏହି ୧୦ଟି ବ୍ଲକରେ ଗୋଟିଏ ତମ୍ବା ଖଣି, ଗୋଟିଏ ଚୂନ ପଥର ଖଣି ଏବଂ ଗ୍ରାଫାଇଟ୍ ଖଣି ଅନ୍ତର୍ଭୁକ୍ତ ବୋଲି ସୂତ୍ରରୁ ପ୍ରକାଶ । ୨୦୨୧ ମସିହାରେ ଖଣି ନିୟମର ସଂଶୋଧନ ଅନୁଯାୟୀ, ଯଦି ରାଜ୍ୟ ସରକାର ପରସ୍ପର ସହମତି ଅବଧି ମଧ୍ୟରେ ଖଣି ନିଲାମ କରିବାରେ ବିଫଳ ହୁଅନ୍ତି ତେବେ କେନ୍ଦ୍ର ସରକାରଙ୍କର ଖଣିଜ ବ୍ଲକକୁ ନିଲାମ କରିବାର ଅଧିକାର ରହିଛି ।

ଅନ୍ୟପକ୍ଷେ ରାଜ୍ୟରେ ଥିବା ଖଣିଜ ବ୍ଲକଗୁଡିକର ନିଲାମ କରିବାରେ ଝାଡଖଣ୍ଡ ସରକାର ଅନ୍ୟ ରାଜ୍ୟମାନଙ୍କଠାରୁ ଯଥେଷ୍ଟ ପଛୁଆ ରହିଛି । ଭାରତ ଜିଓଲୋଜିକାଲ ସର୍ଭେ ଦ୍ୱାରା ଝାଡଖଣ୍ଡ ସରକାରଙ୍କ ନିକଟରେ ଦାଖଲ ହୋଇଥିବା ୩୮ ଟି ଭୌଗୋଳିକ ରିପୋର୍ଟ ମଧ୍ୟରୁ କେବଳ ପାଞ୍ଚଟି ନିଲାମ ପାଇଁ ବ୍ୟବହୃତ ହୋଇଛି । ଡିସେମ୍ବର ୨୦୨୧ ସୁଦ୍ଧା ନିଲାମ ପାଇଁ ୧୫ ଟି ବ୍ଲକକୁ ଅବଗତ କରାଇବାକୁ ରାଜ୍ୟ ସରକାର ନିଶ୍ଚିତ କରିଥିଲେ । ତେବେ ଏହି ନିଲାମ ପାଇଁ କେବଳ ଚାରିଟି ବ୍ଲକକୁ ରାଜ୍ୟ ପକ୍ଷରୁ ନିଲାମ ପାଇଁ ସୂଚିତ କରାଯାଇଛି । ଅବଶିଷ୍ଟ ୧୧ ଟି ଖଣି ମଧ୍ୟରୁ ଗୋଟିଏ ପୋଟାସ୍ ବ୍ଲକ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ କେନ୍ଦ୍ର ଦ୍ୱାରା ନିଲାମ କରାଯିବ । ବାକି ୧୦ ଟି ବ୍ଲକକୁ ରାଜ୍ୟ ଦ୍ୱାରା ନିଲାମ ପାଇଁ ଅବଗତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking