28.1 C
Bhubaneswar
Monday, February 9, 2026
Homeଓଡିଶାଏମ୍ସ ହସ୍ପିଟାଲରେ ସିବିଆଇ ଟିମ୍

ଏମ୍ସ ହସ୍ପିଟାଲରେ ସିବିଆଇ ଟିମ୍

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ନିଯୁକ୍ତି କ୍ଷେତ୍ରରେ କୋଟି କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗରେ ସିବିଆଇ ରେଡ କରୁଥିବା ଜଣାପଡିଛି।ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ । ପ୍ରାଥମିକ ସୂଚନା ଅନୁସାରେ,  ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ଏମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଇଥିଲା । କିନ୍ତୁ ପରେ ନିଜେ ଏମ୍ସ ନିଯୁକ୍ତି ବ୍ୟବସ୍ଥା କରିଥିଲା । ହେଲେ ପୂର୍ବରୁ ୫ଜଣ କଣ୍ଟ୍ରାକ୍ୟ ବେସିସରେ କାମ କରୁଥିବାବେଳେ ପରେ ଜାଲ ସାର୍ଟିଫିକେଟ ଦେଖାଇ  ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking