ଭୁବନେଶ୍ୱର: ପାନ୍ କାର୍ଡ ଅଚଳ କରିବାକୁ ଜଣେ ଚାଷୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡିଛି ଆୟକର ବିଭାଗର ୩ ଅଧିକାରୀଙ୍କୁ । ସିବିଆଇ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ହେଲେ ଆୟକର ଇନ୍ସପେକ୍ଟର ଟି ସତ୍ୟନାରାୟଣ ରାଓ, କିରାଣି ଭୀମସେନ୍ ବାରିକ ଓ ଡାଟାଏଣ୍ଟି ଅପରେଟ କୁମାର ସମରେଶ । ଏୟାରଫିଲ୍ଡ ଥାନା ବାରକୁଦା ଗାଁର ରହୁଛନ୍ତି ଚାଷୀ ସୁବାଷ ଚନ୍ଦ୍ର ସାହୁ(୫୦) । କିଛିଦିନ ତଳେ ସେ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରାଇବାକୁ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଆଧାର କାର୍ଡରେ ସୁବାଷଙ୍କ ବାପାଙ୍କ ନା ଯୋଗୀ ସାହୁ ଓ ପାନ୍ କାର୍ଡରେ ଯୋଗେନ୍ଦ୍ର ସାହୁ ଅଛି । ଆୟକର ବିଭାଗ ଅଫିସ୍ ଯାଇ ଗୋଟିଏ ପାନ୍ କାର୍ଡ(ପୁରୁଣା)କୁ ଅଚଳ କରିବାକୁ ବ୍ୟାଙ୍କ କର୍ମଚାରୀ ତାଙ୍କ ପରାମର୍ଶ ଦେଇଥିଲେ । ସୁବାଷ ଆୟକର ବିଭାଗ ଅଫିସ୍କୁ ଯାଇ ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ସମରେଶକୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ବୁ ଶୁଣିବା ପରେ ସତ୍ୟନାରାୟଣ ୧୦ ହାଜର ଟଙ୍କା ଦାବି କରିଥିଲେ । ପରେ ସେ ଏନେଇ ସିବିଆଇକୁ ଜଣାଇଥିଲେ । ସିବିଆଇ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।










