30.1 C
Bhubaneswar
Friday, March 20, 2026
Homeସ୍ୱାସ୍ଥ୍ୟଗ୍ୟାଷ୍ଟ୍ରିକ୍‌‌ ସମସ୍ୟାକୁ ଦୂର କରିବ ଫୁଲ କୋବି...

ଗ୍ୟାଷ୍ଟ୍ରିକ୍‌‌ ସମସ୍ୟାକୁ ଦୂର କରିବ ଫୁଲ କୋବି…

ଭୁବନେଶ୍ୱର : ଅନେକ ଲୋକଙ୍କ ଫୁଲକୋବି ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ୟ୍ୟନ୍ତ ଫୁଲକୋବିକୁ ଖାଦ୍ୟରେ ସାମିଲ କରି ପାରିବେ। ପନିପରିବା ବ୍ୟତୀତ ପଲୋଉ,ମଞ୍ଚୁରିଆନ୍‌‌ ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଫୁଲକୋବିକୁ ବ୍ୟବହାର କରାଯାଏ। ଏହାକୁ ପ୍ରସ୍ତୁତ କରିବାକୁ ଅଧିକ ସମୟ ମଧ୍ୟ ଲାଗେ ନାହିଁ। ମାତ୍ର ଅନେକ ସମୟରେ ଦେଖାଯାଏ, ଫୁଲକୋବି ଖାଇବା ସମୟରେ କିଛି ଜଣଙ୍କର ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। କୋବିରେ ଫାଇବର,ଭିଟାମିନ୍‌‌ କେ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ତେବେ ଜାଣନ୍ତୁ ଫୁଲକୋବିକୁ କିଭଳି ପ୍ରସ୍ତୁତ କଲେ ଓ କେଉଁ ସମୟରେ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ହେବ ନାହିଁ। ଫୁଲକୋବିରେ ପ୍ରସ୍ତୁତ ବ୍ୟଞ୍ଜନକୁ ରାତି ବଦଳରେ ଦିନ ସମୟରେ ପ୍ରସ୍ତୁତ କରି ଖାଆନ୍ତୁ। ଦିନଯାକ ମେଟାବୋଲିଜିମ୍‌‌ ଭଲ ଭାବେ କାର୍ୟ୍ୟ କରିଥାଏ। ଏହାସହ ଦିନଯାକ ଅନେକ ଶାରୀରିକ ପରିଶ୍ରମ ମଧ୍ୟ କରାଯାଏ। ଫଳରେ ପାଚନ ତନ୍ତ୍ର ସଠିକ୍‌‌ ଭାବେ କାର୍ୟ୍ୟ କରିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ରାତି ସମୟରେ ମେଟାବୋଲିଜିମ୍‌‌ ଧୀର ହେଉଥିବାରୁ ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ପନିପରିବାକୁ ଭଲ ଭାବେ ପ୍ରସ୍ତୁତ କରି ଖାଇବା ଉଚିତ। କଞ୍ଚା ସାମାନ୍ୟ ରହିଲେ ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ। ସେଭଳି ପରିବା ମଧ୍ୟରେ ଫୁଲକୋବି ମଧ୍ୟ ସାମିଲ। ସାଲାଡ୍‌‌ରେ କଞ୍ଚା କିମ୍ବା ଅଳ୍ପ ସିଝା ଭାବେ ଫୁଲ କୋବି ଖାଆନ୍ତୁ ନାହିଁ। ଏହାଦ୍ୱାରା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ସର୍ବଦା କୋବିକୁ ଭଲ ଭାବେ ପ୍ରସ୍ତୁତ କରି ଖାଆନ୍ତୁ।ଫୁଲ କୋବିକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ସ୍ୱତନ୍ତ୍ର ଜିନିଷ ପକାଇ ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା, ଲବଙ୍ଗ ପକାଇ ପ୍ରସ୍ତୁତ କଲେ ଏହା ସ୍ୱାଦିଷ୍ଟ ହେବା ସହ ସହଜରେ ହଜମ ହୋଇଥାଏ। ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ।ହେଙ୍ଗୁ ବର୍ତ୍ତମାନ ନୁହେଁ ବରଂ ଅନେକ ପୁରାତନ ସମୟରେ ଖାଦ୍ୟରେ ବ୍ୟବହୃତ ହେଉଛି। ଏହା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ କୋବି ପ୍ରସ୍ତୁତ କରିବା ସମୟରେ ସାମାନ୍ୟ ହେଙ୍ଗୁ ପକାଇ ପ୍ରସ୍ତୁତ କରନ୍ତୁ। ଗ୍ୟାଷ୍ଟ୍ରିକ ସମସ୍ୟାରୁ ରକ୍ଷା କରିବା ସହ ପେଟ ଯନ୍ତ୍ରଣା,ବଦହଜମି ଆଦିକୁ ଦୂର କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking