16.1 C
Bhubaneswar
Sunday, December 7, 2025
Homeଓଡିଶାମାଓବାଦୀଙ୍କୁ ଧରାନ୍ତୁ: କୋଟିପତି ହୁଅନ୍ତୁ

ମାଓବାଦୀଙ୍କୁ ଧରାନ୍ତୁ: କୋଟିପତି ହୁଅନ୍ତୁ

ଭୁବନେଶ୍ୱର: ମାଓ ଦମନ ଲାଗି ନୂଆ ତରିକା ଆପଣାଇଛି ଓଡିଶା ପୋଲିସ । ମାଓବାଦୀଙ୍କୁ ଧରାନ୍ତୁ ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ ପୋଲିସ । ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।  ବୌଦ୍ଧ ଜିଲ୍ଲାର ସିଗାଡି, ତିଲପଙ୍ଗା, ବାତାଗାଡୁ, ଲୁହାରପଡା, ପଲମ ଆଦି ୯ରୁ ଅଧିକ ସ୍ଥାନରେ  ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଛି । ଘଞ୍ଚ ଜଙ୍ଗଲ ଭିତରେ ପୋଲିସ ପୋଷ୍ଟର ଲଗାଇଛି ଯେଉଁଥିରେ  ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ଅଛି ।  ଓଡିଶା ପୋଲିସ ପକ୍ଷରୁ ଜାରି ପୋଶ୍ଟରରେ ଲେଖାଯାଇଛି  ମାଓବାଦୀ ଧରାନ୍ତୁ ପୁରସ୍କାର ପାଆନ୍ତୁ । ପୋଷ୍ଟରରେ ମରାଯାଇଥିବା ନାଁ ସହ ଅନ୍ୟ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ପୁରସ୍କାର ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking