ଭୁବନେଶ୍ୱର: ଜାତି ଜନଗଣନାକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ରାହୁଲ ଗାନ୍ଧୀ ଏହି ଦାବି ପୂର୍ବରୁ କରି ଆସୁଥିଲେ । ସେବେ ବିଜେପି ରାହୁଲଙ୍କ ଯୁକ୍ତିକୁ ତୁଚ୍ଛ କହୁଥିଲା । କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି । ସୂଚନାଥାଉକି, ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ଅନୁମତି ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଅନୁମୋଦନ କରିଥିବା ନେଇ ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।