32 C
Bhubaneswar
Tuesday, May 20, 2025
Homeଓଡିଶାସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ବର୍ଷର ପ୍ରଚେଷ୍ଟାର ପ୍ରତିଫଳନ ଜାତି ଜନଗଣନା:...

ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ବର୍ଷର ପ୍ରଚେଷ୍ଟାର ପ୍ରତିଫଳନ ଜାତି ଜନଗଣନା: ବିଜେଡି

ଭୁବନେଶ୍ୱର: ଜାତି ଜନଗଣନା କରିବା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ଦଳର ଲମ୍ବା ଲଢେଇର ସ୍ୱୀକୃତି ବୋଲି କହିଛି ବିଜେଡି । ବିଜୁ ଜନତା ଦଳର ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା, ଜାତି ଜନଗଣନା ପାଇଁ ଲମ୍ବା ସମୟର ଲଢେଇ ଏବଂ ସଂଖ୍ୟାନୁପାତିକ ସଂରକ୍ଷଣ ପ୍ରସଙ୍ଗରେ ଆଜି ଶଙ୍ଖ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ କୁମାର ସାହୁ, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ବିସ୍ତୃତ
ଭାବେ ଆଲୋଚନା କରିଥିଲେ । ଏସ୍‌ସି, ଏସ୍‌ଟି ଏବଂ ଓବିସି ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ । ଏସ୍‌ସି, ଏସ୍‌ଟିଙ୍କୁ ସଂଖ୍ୟା
ଅନୁସାରେ ଶିକ୍ଷାରେ ସଂରକ୍ଷଣ ମିଳୁନାହିଁ, ସେପଟେ ଓବିସିଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ୨୭ ପ୍ରତିଶତ ନହେଲେ ନାହିଁ, ୧୧.୨୫ ପ୍ରତିଶତ ସଂରକ୍ଷଣ ଦିଆନଯିବା ଦ୍ୱାରା ଶିକ୍ଷାରେ ଓବିସିମାନେ ତାଙ୍କ ଭାଗ ହରାଉଛନ୍ତି । ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ୯୪ ପ୍ରତିଶତ ବହୁଜନଙ୍କର ପ୍ରକୃତ ସ୍ଥିତି ଜାତି ଜନଗଣନା ଦ୍ୱାରା ଜଣାପଡିବ । ତେଣୁ ସରକାର ନିର୍ଭୂଲ ଭାବେ ଏହାକୁ କରନ୍ତୁ । ୫୦ ପ୍ରତିଶତ ସିଲିଂ ସଂରକ୍ଷଣ ନିୟମ ନଉଠିଲେ, ଓଡିଶାର ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ପ୍ରକୃତ ନ୍ୟାୟ ମିଳିବ ନାହିଁ । ପୂର୍ବରୁ ଜନତା ପାର୍ଟି ୧୯୭୭/୭୮, ୧୯୯୦ ଓ ୧୯୯୫ରେ ଜାତି ଜନଗଣନା କରିବା ଓ ମଣ୍ଡଳ କମିଶନ ଲାଗୁ କରିବା ଭଳି ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଜି ମଧ୍ୟ ସମାଜରେ ଜାତିପ୍ରଥା ରହିଛି, ଏହାକୁ ଅସ୍ୱୀକାର କରିହେବ ନାହିଁ । ତେଣୁ ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ସମତା ଭିତ୍ତିକ ସମାଜ ଗଠନ ପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ଦୀର୍ଘ ବର୍ଷ ଧରି ଏହି ଆନ୍ଦୋଳନକୁ ସଂସଦ, ବିଧାନସଭା ଏବଂ ରାଜରାସ୍ତାରେ କରି ଆସିଛି ।

ଆଜି କମଣ୍ଡଳ ଉପରେ ମଣ୍ଡଳ ଭାରି ପଡିଛନ୍ତି । ଯାହା ସଂଖ୍ୟା ଯେତେ ତାହାର ଭାଗ ସେତେ । କେନ୍ଦ୍ର ସରକାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ଜନସାଧାରଣଙ୍କ ଦାବି ଆଗରେ ଚାପ ଗ୍ରସ୍ତ ହୋଇ ଏହାକୁ ଗ୍ରହଣ କରିବାକୁ ବାଧ୍ୟହୋଇଛନ୍ତି ବୋଲି ଡ. ସାହୁ କହିଛନ୍ତି । ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ଦାସବର୍ମା କହିଥିଲେ, ଦୀର୍ଘ ତିନି ଦଶନ୍ଧି ଧରି ବିଜୁ ଜନତା ଦଳର ନିରନ୍ତର ପ୍ରୟାସକୁ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୦୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସିଦ୍ଧାନ୍ତ ନେଇଥିଲେ ଯେ, ସମସ୍ତଙ୍କୁ ସମାନ ଅଧିକାର ମିଳୁ । ତେଣୁ ସଂସଦରେ ଜାତି ଜନଗଣନା ଏବଂ ଶିକ୍ଷା, ନିଯୁକ୍ତିରେ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଥିଲା । ୨୦୨୦ରେ ଓଡିଶା ବିଧାନସଭାରେ ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ନ୍ୟାୟ ପାଇଁ କମିଶନ ଗଠନ ନିମନ୍ତେ ବିଲ୍ ଆଣି ସଂଶୋଧନ କରାଗଲା । ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓବିସି କମିଶନ ଗଠନ କରାଯାଇଥିଲା ।

ବିଗତ ଦିନ ମାନଙ୍କରେ ବିଜେପି ଏହାକୁ ବିରୋଧ କରି କହିଥିଲା ଯେ, ଜାତି ଜନଗଣନା ହେଲେ ଏ ସମାଜ ଦୁଇ ଭାଗରେ ବିଭକ୍ତ ହେବ । ସମସ୍ତଙ୍କ ସାମାଜିକ ନ୍ୟାୟ ସ୍ୱପ୍ନକୁ ସାକାର କରିବା ପାଇଁ ସଂସଦ, ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତାରେ ଦଳ ନବୀନ ବାବୁଙ୍କ ନେତୃତ୍ୱରେ ଲଢିଛି । ଡବଲ ଇଂଜିନ ସରକାର ଶିକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ସଂରକ୍ଷଣ କିପରି ତତ୍‌କାଳ ଲାଗୁ ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ । ସରକାର ଜାତି ଜନଗଣନାକୁ ଏକ ନିର୍ବାଚନୀ ଷ୍ଟଣ୍ଟରେ ପରିଣତ ନକରି ଉପଯୁକ୍ତ ଓ ନ୍ୟାୟିକ ଭାବେ କାର୍ଯ୍ୟକାରୀ କରନ୍ତୁ । ପୂର୍ବରୁ ବିଭିନ୍ନ ବିଲ୍ ଯଥା ମହିଳା ସଂରକ୍ଷଣ ପ୍ରସଙ୍ଗ କ୍ୟାବିନେଟ ମଂଜୁରୀ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଲାଗୁ କରିନାହାନ୍ତି । ତେଣୁ ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଆଖି ଆଗରେ ରଖି ଜାତି ଜନଗଣନା ନିଷ୍ପତ୍ତି କେନ୍ଦ୍ର ସରକାର ନେଉଥିବା ଆଶଙ୍କା ପ୍ରକଟ କରିବା ସହ ତୁରନ୍ତ କେନ୍ଦ୍ର ସରକାର ମୋଡାଲିଟି ନିର୍ଦ୍ଧାରଣ କରି ଉଚିତ ସଂରକ୍ଷଣ ଦେବାକୁ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ଛୁରିଆ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking