କଟକ: ପୋଲିସ ଏସଆଇ ନିଯୁକ୍ତିକୁ ନେଇ ହାଇକୋର୍ଟରେ ମାମଲା । ଖାଲିପଡିଥିବା ପଦରେ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବଆକୁ ମାମଲା ରହିଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର ହୋଇଛି। ହାଇଲେବଲ କମିଟି ତତ୍ତ୍ୱାବଧାନରେ ନିଯୁକ୍ତି ପ୍ରକ୍ରିୟା ଚାଲୁ କରିବାକୁ ଆବେଦନ କରାଯାଇଛି । ସାଧାରଣ ପ୍ରଶାସନ, ଗୃହ ବିଭାଗ ଅଧିକାରୀଙ୍କୁ ନେଇ କମିଟି ଗଠନ ଆବେଦନ ହେବ। ସାଧାରଣ ପ୍ରଶାସନର ଏସଓପିକୁ କଡାକଡି ପାଳନ ପାଇଁ ଆବେଦନ କରାଯାଇଛି । ଅନ୍ୟପଟେ, ଏସଆଇ ସ୍କାମ ଦସ୍ତାବିଜର ତାଲିକା ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ। ଆଜି ସୁଦ୍ଧା ଦସ୍ତାବିଜର ତାଲିକା ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ । ତାଲିକା ଅନୁଯାୟୀ ରେକର୍ଡ ପତ୍ର ହସ୍ତାନ୍ତର ହେବ। ଆଜି ଅପରାହ୍ମରେ ସିବିଆଇ କାର୍ଯ୍ୟାଳୟ ଯାଇପାରେ କ୍ରାଇମବ୍ରାଞ୍ଚ ଟିମ । ଏସଆଇ ସ୍କାମକୁ ନେଇ ସିବିଆଇ ପକ୍ଷରୁ ଏତଲା ଦାୟର କରାଯାଇଛି ।










