24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶକାର୍ – ଟ୍ରାକ୍ଟର ମୁହଁମୁହିଁ: ୫ ମୃତ

କାର୍ – ଟ୍ରାକ୍ଟର ମୁହଁମୁହିଁ: ୫ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ଫର୍ଚୁନର କାର୍ ଏବଂ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ଘଟଣାଟି ଗ୍ୱାଲିୟରର ସିରୋଲି ଥାନା ଅଞ୍ଚଳରେ ଘଟିଛି। ଏକ ଫର୍ଚୁନର କାର ବାଲି ବୋଝେଇ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାରରେ ଥିବା ପାଞ୍ଚ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ଘଟଣାଟି ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଗ୍ୱାଲିୟର-ଝାନସି ରାଜପଥର ମାଲୱା କଲେଜ ସମ୍ମୁଖରେ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking