କଳାହାଣ୍ଡି: କଳାହାଣ୍ଡି ଧର୍ମଗଡରେ ସ୍କୁଟିକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଧର୍ମଗଡ ଥାନା ଥନଟଗାଁର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି । ଉଭୟ ନିଜ ଗାଁ ଥନଟରୁ ଧର୍ମଗଡକୁ ବିଜୁ ଏକ୍ସପ୍ରେସ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ସଫାରୀ କାର ତାଙ୍କୁ କେବିଡି ଗାଁ ଛକରେ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ରତଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛିା ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି ।










