25.1 C
Bhubaneswar
Sunday, February 22, 2026
Homeଓଡିଶାପୋଖରୀକୁ ପଶିଗଲା କାର, ୨ ମୃତ

ପୋଖରୀକୁ ପଶିଗଲା କାର, ୨ ମୃତ

ବାଲେଶ୍ଵର : ପୋଖରୀକୁ କାର ପଶିଯାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୋପ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତାହତମାନେ ବାଲେଶ୍ଵର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ଵରରୁ ୪ ଜଣ ବ୍ୟକ୍ତି ବୁଲାବୁଲି କରିବାକୁ କାର ଯୋଗେ କୋଣାର୍କ ଆସିଥିଲେ। ବୁଲାବୁଲି ସାରି ସେମାନେ ଫେରୁଥିବାବେଳେ କୋଣାର୍କ ନିକଟ ଜୁଣେଇ ଛକ ବଂଶୀବଜାର ନିକଟରେ ଭାରସାମ୍ୟ ହରାଇ କାରଟି ଏକ ପୋଖରୀ ଭିତରକୁ ପଶିଯାଇଥିଲା। ଖବର ପାଇ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking